ଭୁବନେଶ୍ଵର: ଏଏସବିଏମ୍ ବିଶ୍ଵ ବିଦ୍ୟାଳୟରେ ୨୦୨୫ ବ୍ୟାଚ୍ ଉଦଘାଟନୀ ଉତ୍ସବ ଆକାଂକ୍ଷା ଅନୁଷ୍ଠିତ ହୋଇଛି। ଭିସକାନ୍ ଆଭିଏସନ୍ ବାଙ୍ଗାଲୋରର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀ ଭି ଏସ୍ ମଣିମାରନ୍ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସର୍ବଦା ବୃତ୍ତି ଉପଯୋଗୀ , କୁଶଳୀ ଓ ଯଥାଯୋଗ୍ୟ ବିଶେଷଜ୍ଞ ମାନଙ୍କୁ ବଜାରରେ ସ୍ଥାନିତ କରିବା ଓ ଉତ୍କୃଷ୍ଟତାକୁ ଗୁରୁତ୍ଵ ଦେଉଥିବାରୁ ସେ ଏଏସବିଏମ୍ ବିଶ୍ଵ ବିଦ୍ୟାଳୟକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଯୋଗଦାନ କରିଥିଲେ ତୋଷାଳୀ ସେଣ୍ଟର ନିର୍ଦେଶକ ଶ୍ରୀ ହରିହର ପାତ୍ର। ପ୍ରତିଷ୍ଠାତା କୁଳାଧ୍ୟକ୍ଷ ପ୍ରଫେସର ବିଶ୍ଵଜିତ୍ ପଟ୍ଟନାୟକ ତାଙ୍କ ଅଭିଭାଷଣରେ ନବାଗତ ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇ ବିଗତ କୋଡିଏ ବର୍ଷ ଅତୀତର ଆନୁଷ୍ଠାନିକ ସ୍ମୃତି ଚାରଣ କରିବା ସହ ବଜାରରେ ସୃଷ୍ଟି କରିଥିବା ଶୃଙ୍ଖଳା , ସାଧୁତା , ସମୟ ଓ ନିରନ୍ତର ସାଧନାରେ ବ୍ରତୀ ରହିବା ଲାଗି ପରାମର୍ଶ ଦେଇଥିଲେ।
Popular Categories



