www.samajalive.in
Monday, December 8, 2025
14.1 C
Bhubaneswar

ଅଯୋଧ୍ୟା ରାମମନ୍ଦିର ଭୂମି ପୂଜନ ସ୍ଥଗିତ; ଚୀନ-ଭାରତ ଉତ୍ତେଜନା ଯୋଗୁଁ କାର୍ଯ୍ୟକ୍ରମ ରଦ୍ଦ

ଅଯୋଧ୍ୟା: ଆସନ୍ତା ୨ ତାରିଖରେ ହୋଇଥାଆନ୍ତା ଅଯୋଧ୍ୟାର ଭବ୍ୟ ରାମମନ୍ଦିର ଭୂମି ପୂଜନ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଏହାର ଶିଳାନ୍ୟାସ କରିତାଆନ୍ତେ । ମାତ୍ର ଗଲୱାନ ଘାଟିରେ ଭାରତ-ଚୀନ ମଧ୍ୟରେ ସୃଷ୍ଟି ହୋଇଥିବା ହିଂସ୍ର ବିବାଦ ଓ ଏଥିରେ୨୦ ଭାରତୀୟ ସେନାଙ୍କ ପରଲୋକ ପରେ ଏହି କାର୍ଯ୍ୟକ୍ରମକୁ ରଦ୍ଦ କରି ଦିଆଯାଇଛି ।
ଗୁରୁବାର ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆସନ୍ତା ୨ ତାରିଖରେ ସକାଳ ୮ଟାରୁ ୧୦ଟା ମଧ୍ୟରେ ଏହି ଶିଳାନ୍ୟାସ କାର୍ଯ୍ୟକ୍ରମ କରାଯିବାକୁ ସ୍ଥିର ହୋଇଥିଲା । ମାତ୍ର ଭାରତ ଓ ଚୀନ ମଧ୍ୟରେ ସୀମା ପରିସ୍ଥିତି ଦୃଷ୍ଟିରୁ ଏହାକୁ ସ୍ଥଗିତ ରଖାଯାଇଛି । ଦେଶର ସୁରକ୍ଷା ଆମ ସମସ୍ତଙ୍କ ନିମନ୍ତେ ପ୍ରାଥମିକତା । ବର୍ତମାନ ସମୟ ମନ୍ଦିର ନିର୍ମାଣ ନିମନ୍ତେ ଅନୁକୂଳ ନୁହେଁ । ସେ କହିଛନ୍ତି ଯେ ଦେଶର ପରିସ୍ଥିତିକୁ ଦେଖି ଆଗାମୀ ଦିନରେ ନୂଆ ତାରିଖ ଧାର୍ଯ୍ୟ କରାଯିବ ।

ଗତ ଜୁନ୍ ୩ ତାରିଖରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଖର ସର କାର୍ଯ୍ୟବାହୀ ଭୈୟାଜୀ ଯୋଶୀରାମ ରାମଜନ୍ମଭୂମିର ପବିତ୍ର ମାଟି ଧରି ଫେରିଥିଲେ । ଏହି ମାଟି ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଞ୍ଚା ଯାଇଥିଲା । ପ୍ରଧାନମନ୍ତ୍ରୀ ଆସନ୍ତା ୨ ତାରିଖରେ ଏହି ମାଟିର ପୂଜନ କରିଥାଆନ୍ତେ ଓ ନିର୍ମାଣ ସମିତିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରଙ୍କ ଦ୍ବାରା ଏହ ଅଯୋଧ୍ୟା ଅଣା ଯାଇଥାଆନ୍ତା ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଟ୍ରଷ୍ଟ ପଦାଧିକାରୀ, ସନ୍ଥ ଓ ମହନ୍ତ ମଧ୍ୟ ଅଯୋଧ୍ୟାରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା ଏବଂ ମନ୍ଦିର ନିର୍ମାଣ ନିମନ୍ତେ ମାଟି ଖୋଳିବା କାମ ଆରମ୍ଭ ହୋଇଥାଆନ୍ତା । ଏହି ନିର୍ମାଣ କାର୍ଯ୍ୟ ଏଲ୍ ଏଣ୍ଡ ଟିକୁ ଅର୍ପଣ କରାଯାଇଥିଲା ।

- Advertisement -

ସୁପ୍ରିମକୋର୍ଟଙ୍କ ନିର୍ଦେଶ ଅନୁସାରେ ଶ୍ରୀରାମ ତୀର୍ଥକ୍ଷେତ୍ର ଟ୍ରଷ୍ଟ ଗଠନ କରାଯାଇଛି । ୨୫ ମାର୍ଚରେ ଶ୍ରୀ ରାମଲାଲାଙ୍କୁ ଅସ୍ଥାୟୀ ମନ୍ଦିରରେ ସ୍ଥାପନ କରାଯାଇଛି । ୬୭ ଏକର ଜମିରେ ଏହି ମନ୍ଦିର ନିର୍ମାଣ କରାଯିବାକୁ ପ୍ରସ୍ତାବ ରହିଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories