ଆଜାଦୀର ଅମୃତ ମହୋତ୍ସବ ଅବସରରେ ବ୍ୟାଙ୍କଗୁଡିକର ଋଣ ସଂଯୋଗୀକରଣ ପଦକ୍ଷେପ

ଭୁବନେଶ୍ୱର: ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ସେବା ବିଭାଗର ନିର୍ଦ୍ଦେଶାବଳୀ ଅନୁଯାୟୀ “ଆଜାଦୀ କା ଅମୃତ ମହୋତ୍ସବ” ଅବସରରେ ବ୍ୟାଙ୍କ ଗୁଡିକ ପକ୍ଷରୁ ଚଳିତ ମାସ ୬ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଋଣ ମଞ୍ଜୁରୀ ଓ ଜନ ସୁରକ୍ଷା ଯୋଜନାର ସଂଯୋଗୀକରଣ କାର୍ଯ୍ୟକ୍ରମ ଆୟୋଜିତ ହେଉଅଛି । ଏହି ପରିପ୍ରେକ୍ଷୀରେ ତା ୦୮-୦୬-୨୦୨୨ ରିଖରେ ଓଡିଶାରେ ପରିଚାଳିତ ହେଉଥିବା ବ୍ୟାଙ୍କର ଶାଖା ଏବଂ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡିକରେ କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମ, ଜନ ସୁରକ୍ଷା ଯୋଜନା ଯଥା: ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଅଧିନରେ ହିତାଧିକାରୀଙ୍କ ନାମକୁ ତାଲିକାଭୁକ୍ତ କରିବା, ଗ୍ରାହକ ସଚେତନତା/ ଶାଖା ସ୍ତରରେ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହେବ । ସମସ୍ତଙ୍କୁ ନିକଟସ୍ଥ ଶାଖା ପରିଦର୍ଶନ କରିବା କିମ୍ବା
ସଂପୃକ୍ତ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟଗୁଡିକରେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଉଛି ।

prayash

ଆଗ୍ରହୀ ବ୍ୟକ୍ତିମାନେ ବିଭିନ୍ନ ଋଣ ସୁବିଧାଗୁଡିକ ନିମନ୍ତେ ଆବେଦନ କରିପାରିବେ କିମ୍ବା ଅଟଳ ପେନ୍‌ସନ୍‌ ଯୋଜନା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆଦି ବିଭିନ୍ନ ଜନ ସୁରକ୍ଷା ଯୋଜନାଗୁଡିକରେ ନିଜର ନାମକୁ ନିକଟସ୍ଥ ଶାଖାରେ ତାଲିକାଭୁକ୍ତ କରିପାରିବେ ।

Comments are closed.