ବାୟୁ ପ୍ରଦୂଷଣରୁ ନଷ୍ଟ ହେଉଛି ବୃକ୍ଷଲତା, ପରିସ୍ଥିତି ବିପଦଜନକ

0

ଲଣ୍ଡନ : ୟୁରୋପରେ କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବାୟୁ ପ୍ରଦୂଷଣ ଦ୍ୱାରା କେବଳ ମଣିଷ ନୁହେଁ ବରଂ ବୃକ୍ଷଲତା ମଧ୍ୟ ଗଭୀର ଭାବେ ପ୍ରଭାବିତ ହେଉଛନ୍ତି। କାରଖାନା, ଡ଼ିଜେଲ ଇଞ୍ଜିନ ଆଦିରୁ ବାହାରୁଥିବା ଦୂଷିତ ବାୟୁ ବୃକ୍ଷମାନଙ୍କ ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ଦେଉଥିବା ମାଇକୋରହିଜଲ୍‍ ନାମକ ଶୈବାଳକୁ ନଷ୍ଟ କରିଦେଉଛି। ବ୍ରିଟେନର ଇମ୍ପିରିୟଲ କଲେଜ ଓ କିବ୍‍ ଗାର୍ଡ଼ନର ବୈଜ୍ଞାନିକମାନେ ୨୦ ୟୁରୋପୀୟ ଦେଶର ୧୩୭ ଜଙ୍ଗଲରୁ ମାଟିର ୧୩ ହଜାର ନମୁନା ପରୀକ୍ଷା କରି ଏହି ଫଳାଫଳ ବାହାର କରିଛନ୍ତି। ଏହି ଗବେଷଣାରେ ବ୍ରିଟେନ ଓ ୟୁରୋପର ବୃକ୍ଷମାନଙ୍କରେ ବିଭିନ୍ନ ପ୍ରକାର ରୋଗ ଠାବ କରାଯାଇଛି। ଏହି ପ୍ରଦୂଷଣ ହେତୁ ଗଛର ପତ୍ର ରଙ୍ଗ ବଦଳିବା ସହ ପତ୍ର କମ କଅଁଳୁଛି। ସମ୍ପୂର୍ଣ୍ଣ ବିଶ୍ୱରେ ଏବେ ବାୟୁ ପ୍ରଦୂଷଣ ଓ ତାପମତ୍ରା ବୃଦ୍ଧି ଚିନ୍ତାର କାରଣ ସାଜିଛି। ତାପମାତ୍ରା ବୃଦ୍ଧି ଯୋଗୁଁ ବିଶ୍ୱର ବିଭିନ୍ନ ସ୍ଥାନରେ ବରଫ ଅତଡ଼ା ତରଳିବାରେ ଲାଗିଛି ଓ ଏାହାର ପ୍ରଭାବ ସମୁଦ୍ର ଉପରେ ପଡ଼ୁଛି ବୋଲି ଅଧ୍ୟୟନରୁ ଜଣାପଡିଛି। ତେଣୁ ବାୟୁ ପ୍ରଦୂଷଣ ରୋକିବା ପାଇଁ ନୂତନ ଆଇନ ଆଣିବାକୁ ବୈଜ୍ଞାନିକମାନେ ମତବ୍ୟକ୍ତ କରିଛନ୍ତି। ବୈଜ୍ଞାନିକଙ୍କ କହିବା ଅନୁସାରେ ବାୟୁ ପ୍ରଦୂଷଣ ଯୋଗୁଁ ବୃକ୍ଷଲତା ରୋଗଗ୍ରସ୍ତ ହେଉଛନ୍ତି ଓ ଏହା ବିପଦଜନକ ସ୍ଥିତିରେ ପହଞ୍ଚିଲାଣି।

Leave A Reply