www.samajalive.in
Tuesday, December 9, 2025
26.1 C
Bhubaneswar

ଏମ୍ସ ଭୁବନେଶ୍ୱରରେ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ, ହିନ୍ଦୀରେ ଅଧିକ ସରକାରୀ କାର୍ଯ୍ୟ ସମ୍ପାଦନ ନିମନ୍ତେ ଆହ୍ବାନ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିପୁଳ ଉତ୍ସାହର ସହିତ ହିନ୍ଦୀ ପକ୍ଷ ପାଳିତ ହୋଇଯାଇଛି। ସେପ୍ଟେମ୍ବର ୧୪ ରୁ ୨୮ ପର୍ଯ୍ୟନ୍ତ ଆୟୋଜିତ ହିନ୍ଦୀ ପକ୍ଷ ପାଳନ ଅବସରରେ ହିନ୍ଦୀ ପ୍ରବନ୍ଧ ଲେଖା, ନୋଟିସ୍ ଏବଂ ଡ୍ରାଫ୍ଟ, ହିନ୍ଦୀ କୁଇଜ୍, ପେଣ୍ଟିଂ ପ୍ରତିଯୋଗିତା (ପିଲାମାନଙ୍କ ପାଇଁ), ଏବଂ କବିତା ପାଠ, ଆଦି ଏକାଧିକ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
ଏହି ବିଶେଷ ଅବସରରେ ଅନୁଷ୍ଠାନର ପତ୍ରିକା ଆରୋଗ୍ୟ ସୁଧାର ଷଷ୍ଠ ସଂସ୍କରଣ ମଧ୍ୟ ଉନ୍ମୋଚିତ ହୋଇଥିଲା।

ଏଥିସହ, ହିନ୍ଦୀ ବ୍ୟବହାରକୁ ପ୍ରୋତ୍ସାହିତ କରିବାରେ ଉଲ୍ଲେଖନୀୟ ପ୍ରୟାସକୁ ସମ୍ମାନିତ କରିବା ପାଇଁ “ହିନ୍ଦୀ ପ୍ରମୋସନ ସ୍କିମ୍” ଅଧୀନରେ ପୁରସ୍କାର ପ୍ରଦାନ କରାଯାଇଥିଲା। ଏମ୍ସରେ ସରକାରୀ ଭାଷା ଆଇନ କାର୍ଯ୍ୟକାରୀ କରିବାରେ ଉତ୍କର୍ଷତା ପାଇଁ ମେଡିକାଲ୍ ଅଧୀକ୍ଷକଙ୍କ କାର୍ଯ୍ୟାଳୟକୁ ସମ୍ମାନଜନକ ରୋଲିଂ ଟ୍ରଫି ପ୍ରଦାନ କରାଯାଇଥିଲା।

- Advertisement -

ଏହି ଅବସରରେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ହିନ୍ଦୀ ଭାଷାର ମହତ୍ତ୍ ସଂପର୍କରେ ମତ ରଖିବା ସହିତ, ସଫଳତାର ସହିତ ଏହି ପକ୍ଷ ପାଳନ ନିମନ୍ତେ ଆୟୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ। ରେଡିଓ ଡାଇଗ୍ନୋସିସ ବିଭାଗ ମୁଖ୍ୟ ଡ. ଏନ୍ ଦୀପ ବ୍ୟାଗ, ହିନ୍ଦୀ ପକ୍ଷ ପାଳନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଡିନ୍(ଗବେଷଣା) ଡ. ସତ୍ୟଜିତ ମିଶ୍ର, ମେଡିକାଲ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା ପ୍ରମୁଖ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ଉତ୍ସବରେ ଅଧ୍ୟାପକ, ଅଧ୍ୟାପିକା, ବରିଷ୍ଠ ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ସେମାନଙ୍କ ପରିବାର ସକ୍ରିୟ ଭାବରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ଡ. ବାଗ ରାଷ୍ଟ୍ର ନିର୍ମାଣରେ ହିନ୍ଦୀ ଭାଷାର ମହତ୍ତ୍ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ସରକାରୀ ଭାଷା ଅଧିନିୟମ ଅନୁଯାୟୀ ହିନ୍ଦୀରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିବାକୁ ଅଧିକାରୀ ଏବଂ କର୍ମଚାରୀମାନଙ୍କୁ ଆହ୍ଵାନ କରିଥିଲେ। ବରିଷ୍ଠ ହିନ୍ଦୀ ଅଧିକାରୀ ଇନ୍ଦରଜିତ ସିଂ’ଙ୍କ ସମେତ ବିକି ଭର୍ମା, ବିକି କୁମାର ସାହୁ, ଗୋବିନ୍ଦ ଚୌଧୁରୀ, ରୋହିତ ସିଂ ପ୍ରମୁଖ କାର୍ଯକ୍ରମ ପରିଚାଳନା କରିଥିଲେ।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories