ଆଫଗାନିସ୍ତାନ ; ୨୪ ଘଣ୍ଟାରେ ୨୩ ଆତଙ୍କବାଦୀ ମୃତ

0

କାବୁଲ : ଆଫଗାନିସ୍ତାନ ସୁରକ୍ଷା କର୍ମୀଙ୍କ ଅଭିଯାନରେ ୨୪ ଘଣ୍ଟା ମଧ୍ୟରେ ଆଇଏସ୍‌ ଆତଙ୍କବାଦୀଙ୍କୁ ମିଶାଇ ଅନ୍ୟୁନ୍‌ ୨୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗଜନୀ, ଫାରାହ, ବାଦଗିସ, ବାଘଲାନ, ତାଖାର, ବାଦକଶାନ ଏବଂ ହେଲମାଣ୍ଡ ଅଞ୍ଚଳରେ ସୁରକ୍ଷା କର୍ମୀଙ୍କ ଅଭିଯାନ ଚାଲିଥିଲା । ଏହି ଅଭିଯାନ ଦ୍ୱାରା ୨୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିବାବେଳେ ଆଉ ୨୩ ଆତଙ୍କବାଦୀ ଆହତ ହୋଇଛନ୍ତି । ଏଥିରେ ସ୍ଥାନୀୟ ତାଲିବାନ କମାଣ୍ଡର ଓମାରି ଆହତ ହୋଇଥିବା ସୂଚନା ମିଳିଛି। ଏଥିପାଇଁ ଆଫଗାନିସ୍ତାନ ସୁରକ୍ଷା କର୍ମୀଙ୍କ ପକ୍ଷରୁ ୮ଟି ସଫେଇ ଅଭିଯାନ, ୬୯ଟି ସ୍ୱତନ୍ତ୍ର ଅଭିଯାନ, ୫ଟି ବିମାନ ଆକ୍ରମଣ ଏବଂ ୧୦୦ଟି ସହଯୋଗୀ ବିମାନ ଅଭିଯାନ କରାଯାଇଛି । ଅଭିଯାନରେ ଆତଙ୍କବାଦୀଙ୍କ ଅନେକ ଗାଡ଼ି ଓ ଅସ୍ତ୍ରଶସ୍ତ୍ର ନଷ୍ଟ କରିଦିଆଯାଇଛି ।

Leave A Reply