www.samajalive.in
Sunday, December 7, 2025
26.1 C
Bhubaneswar

ଆଫଗାନିସ୍ତାନ କାରାଗାର ବିସ୍ଫୋରଣ, ନେତୃତ୍ବ ନେଇଥିଲା କେରଳୀ ଯୁବକ

କାବୁଲ: ଆଫଗାନିସ୍ତାନର ଜଲାଲାବାଦସ୍ଥିତ କାରାଗାରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ନେତୃତ୍ବ କେରଳ ଯୁବକ ନେଇଥିବା ସୂଚନା ମିଳିଛି। ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ପକ୍ଷରୁ ରବିବାର ରାତିରେ ହୋଇଥିବା ଏହି ଆତ୍ମଘାତୀ ବିସ୍ଫୋରଣରେ କଏଦୀ, ସୁରକ୍ଷାକର୍ମୀ ଓ ସାଧାରଣ ନାଗରିକଙ୍କୁ ମିଶାଇ ୨୯ଜଣ ପ୍ରାଣ ହରାଇଥିଲେ। ସୋମବାର ଆତଙ୍କବାଦୀଙ୍କ କବଳରୁ କାରାଗାରକୁ ସୁରକ୍ଷାକର୍ମୀ ମୁକ୍ତ କରିଥିଲେ। ଆଫଗାନିସ୍ତାନର ଗୁଇନ୍ଦା ବିଭାଗ ସୂଚନାନୁଯାୟୀ, କେରଳର କସରଗଡ଼ ଅଞ୍ଚଳର ଉକ୍ତ ଯୁବକ କୁଲୁକେଟିଆ ପୁରାଇଲ ଓରଫ ଇଜାସ୍‌(୩୯) ଆଇଏସ୍‌ ସଦସ୍ୟ ଥିଲା ଓ ସେ ହିଁ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲା।

ଏହି ଆକ୍ରମଣରେ ମୋଟ ୧୧ ଆଇଏସ୍‌ ସଦସ୍ୟ ସମ୍ପୃକ୍ତ ଥିଲେ ଓ ସମସ୍ତଙ୍କ ପରିଚୟ ସରକାରୀ ଭାବେ ପ୍ରକାଶ କରାଯାଇଛି। ଏମାନଙ୍କ ମଧ୍ୟରେ ତିନି ଜଣ ଭାରତୀୟ ଥିବାବେଳେ ଜଣେ ପାକିସ୍ତାନୀ ବୋଲି ଦର୍ଶାଯାଇଛି। ଇଜାସ୍‌ର ପତ୍ନୀ ରାଫିଲା ପୁରାଇଲ, ୫ବର୍ଷର ପୁଅ ଆୟାନ ଓ ଏକ ଶିଶୁ ସନ୍ତାନ ସମ୍ପୃକ୍ତ କାରାଗାରରେ ଥିଲେ। ସେମାନଙ୍କୁ ଖସାଇବା ଉଦ୍ଦେଶ୍ୟରେ ଇଜାସ୍‌ ଏକ ବିସ୍ଫୋରକ ଭର୍ତ୍ତି କାର ଚଳାଇ କାରାଗାର ପରିସରକୁ ପ୍ରବେଶ କରିବା ସହ ବିସ୍ଫୋରଣ ଘଟାଇଥିବା କୁହାଯାଉଛି। ଏହି ବିସ୍ଫୋରଣ ସୁଯୋଗରେ କାରାଗାରରୁ ପ୍ରାୟ ୧୫୦୦ କଏଦୀ ଖସି ପଳାଇଛନ୍ତି। ଏମାନଙ୍କ ମଧ୍ୟରେ ପ୍ରାୟ ୧୦୦୦ ଆଇଏସ୍‌ ସଦସ୍ୟ ବୋଲି କୁହାଯାଇଛି। ଶନିବାର ସୁରକ୍ଷାକର୍ମୀ ଜଣେ ଆଇଏସ୍‌ କମାଣ୍ଡରକୁ ହତ୍ୟା କରିବାର ପ୍ରତିଶୋଧ ସ୍ବରୂପ ଏହି ଆକ୍ରମଣ ହୋଇଥିବା ପ୍ରକାଶ।

- Advertisement -

ଅପରପକ୍ଷରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କିମ୍ବା କେରଳ ପୁଲିସକୁ ଆଫଗାନିସ୍ତାରୁ ସରକାରୀ ଭାବେ କୌଣସି ସୂଚନା ପ୍ରଦାନ କରାଯାଇ ନ ଥିବା ଜଣାପଡ଼ିଛି। ପୁରାଇଲ ହେଉଛି ଆଫାନିସ୍ତାନ ବିସ୍ଫୋରଣରେ ସମ୍ପୃକ୍ତ ଦ୍ବିତୀୟ ଭାରତୀୟ ଜିହାଦୀ। ପୂର୍ବରୁ କେରଳର ମହମ୍ମଦ ମହସିନ ନାମକ ୨୧ବର୍ଷୀୟ ଆଇଏସ୍‌ ସଦସ୍ୟର ମୃତ୍ୟୁ ହୋଇଛି। ଆରବରେ ରହୁଥିବା ମହସିନ କାବୁଲରେ ଘଟିଥିବା ଗୁରୁଦ୍ବାର ଆକ୍ରମଣରେ ସମ୍ପୃକ୍ତ ଥିଲା; ଯେଉଁଥିରେ ୨୭ଜଣ ଶିଖ ପ୍ରାଣ ହରାଇଥିଲେ।

ସୂଚନାନୁଯାୟୀ, ଇଜାସ୍‌ ୨୦୧୬ରେ ଭାରତ ଛାଡ଼ିଥିଲା। ତା’ସହିତ ଅନ୍ୟ ୨୬ଜଣ କେରଳୀ ଯୁବକ ମଧ୍ୟ ସେତେବେଳେ ଆଇଏସ୍‌ରେ ଯୋଗ ଦେଇଥିଲେ। ଇଜାସ୍‌ର ସାନ ଭାଇ ସିଆସ୍‌ କାଲୁକେଟିଆ, ସମ୍ପର୍କୀୟ ଭାଇ ଆସ୍‌ଫାକ୍‌ ମାଜିଦ ପ୍ରମୁଖ ଆଇଏସ୍‌ରେ ସାମିଲ ହୋଇଥିଲେ। ସିଆସ ଓ ଆସଫାକ୍‌ଙ୍କ ପତ୍ନୀ ମଧ୍ୟ ଆଫଗାନିସ୍ତାନ ଯାଇଥିଲେ। ସିଆସ୍‌ ଆମେରିକା ଡ୍ରୋନ୍‌ ଆକ୍ରମଣରେ ନିହତ ହୋଇଛି। ଏହି ଘଟଣାର ଏନ୍‌ଆଇଏ ତଦନ୍ତ ଜାରି ରହିଛି। କାଶ୍ମୀରର ମୁସଲମାନ ଧର୍ମ ପ୍ରଚାରକ ଐଜାଜ୍‌ ଅହଙ୍ଗର ସେମାନଙ୍କୁ ଆଫଗାନିସ୍ତାନ ପଠାଇଥିବା ଏନ୍‌ଆଇ ସୂଚନା ପାଇବା ପରେ ତାକୁ ଜେରା କରିଥିଲା। ଆଫଗାନିସ୍ତାନ ବିସ୍ଫୋରଣ ସହିତ କାଶ୍ମୀର କିଛି ଜିହାଦୀ ସଂଗଠନ ସମ୍ପୃକ୍ତ ଥିବା ସୂଚନା ମିଳିଛି। ଏନ୍‌ଆଇଏ ପକ୍ଷରୁ ଏକ ସ୍ବତନ୍ତ୍ର ଦଳ ଆଫଗାନିସ୍ତାନ ଯିବେ ବୋଲି ଜଣାପଡ଼ିଛି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories