www.samajalive.in
Tuesday, December 9, 2025
15.1 C
Bhubaneswar

ସୁଆଣ୍ଡୋରେ ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଅତିରିକ୍ତ ଜିଲାପାଳ

ସୁଆଣ୍ଡୋ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ସରକାରଙ୍କ ପକ୍ଷରୁ ଚାଲିଥିବା ଐତିହ୍ୟ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ମଙ୍ଗଳବାର ଅତିରିକ୍ତ ଜିଲାପାଳ ପ୍ରଦୀପ୍ତ କୁମାର ସାହୁ ସମୀକ୍ଷା କରିଛନ୍ତି । ନିର୍ମାଣାଧୀନ ସଂଗ୍ରହାଳୟ, ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ, ଶିବ ମନ୍ଦିର ନିର୍ମାଣ ସ୍ଥଳକୁ ଯାଇ କାମର ଅଗ୍ରଗତି ସମ୍ପର୍କରେ ଓବିସିସି ନିର୍ବାହୀ ଯନ୍ତ୍ରୀ ସୁନ୍ଦର ମାଧବ ପାଢୀଙ୍କ ସହିତ ଏଡିଏମ ଶ୍ରୀ ସାହୁ ଆଲୋଚନା କରିଥିଲେ । ଆସନ୍ତା ୫ ତାରିଖରେ ଗୋପବନ୍ଧୁଙ୍କ ପୁରାତନ ବାସଭବନକୁ ପରିବାର ସଦସ୍ୟ ଧୀରେନ୍ଦ୍ର ନାଥ ଦାସ, ରବୀନ୍ଦ୍ରନାଥ ଦାଶ ଓ ମହେନ୍ଦ୍ର ନାଥ ଦାଶ ପ୍ରମୁଖ ଖାଲି କରି ସରକାରଙ୍କୁ ଦେଇ ଦେବାକୁ ଶ୍ରୀ ସାହୁଙ୍କୁ କହିଥିଲେ । କୂଳ ଦେବତା ଶ୍ରୀ ରାଧାବିନୋଦ ବିହାରୀ ଦେବଙ୍କ ପାଇଁ ନିର୍ମିତ ଦେବାଳୟର ପଛ ପାର୍ଶ୍ୱ ପାଚେରୀ ନିର୍ମାଣ ସାତଦିନ ମଧ୍ୟରେ ଶେଷ କରିବାକୁ ଓବିସିସି ନିର୍ବାହୀ ଯନ୍ତ୍ରୀଙ୍କୁ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ତହସିଲଦାର ମୌସୁମୀ ମିଶ୍ର ଓ ଆରଆଇଙ୍କ ସହିତ ମାର୍କେଟ କଂପ୍ଲେକ୍ସ ନିର୍ମାଣ ପାଇଁ ଜାଗା ଚିହ୍ନଟ କରିବା ସହ ଦୋକାନୀଙ୍କ ସହିତ ଆଲୋଚନା କରି ୪ ଦିନ ମଧ୍ୟ ରେ କାମ ଆରମ୍ଭ କରିବାକୁ କହିଥିଲେ । ଶିବମନ୍ଦିର ନିକଟରେ ୪ଟି ଦୋକାନ ଘର କରାଯିବାକୁ ଗ୍ରାମବାସୀ ଅତିରିକ୍ତ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ । ପିକେପି ଇ଼ଂ ପ୍ରମୋଦ କୁମାର ନାୟକ, ଟାଟାଗ୍ରୁପ ତତ୍ୱାବଧାରକ ଇଂ ଶୁଭମ ପାତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିବା ବେଳେ ରତିକାନ୍ତ ଦାଶ, ଶୁଭାଶିଷ ଦାଶ( ହାପି ) ହେମନ୍ତ କୁମାର ଦାଶ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories