ବ୍ୟାଙ୍କ ଠକେଇ ରୋକି ପାରିବନି ଆଧାର: ସୁପ୍ରିମକୋର୍ଟ

0

ବ୍ୟାଙ୍କ ଠକେଇ ରୋକିବାରେ ଆଧାର ସମର୍ଥ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦେଶର ଆର୍ଥିକ କ୍ଷେତ୍ରରେ ହେଉଥିବା ସମସ୍ତ ପ୍ରକାର ଅନିୟମିତତା ଏବଂ ବ୍ୟାଙ୍କ ଠକେଇକୁ ଆଧାର ବ୍ୟବସ୍ଥା ଜରିଆରେ ରୋକାଯାଇପାରିବ ବୋଲି କେନ୍ଦ୍ର ସରକାର ଉପସ୍ଥାପନ କରିଥିବା ଯୁକ୍ତିକୁ ସୁପ୍ରିମକୋର୍ଟ ଖଣ୍ଡନ କରିଛନ୍ତି । ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଗ୍ରାହକଙ୍କ ସଠିକ ପରିଚୟ ଚିହ୍ନଟ କରିବାରେ ଆଧାର ସହାୟକ ହୋଇପାରେ । ମାତ୍ର ଯେଉଁମାନେ ବ୍ୟାଙ୍କ ଠକେଇ ମାମଲାରେ ଜଡ଼ିତ ଅଛନ୍ତି ସେମାନେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଲାଗି ଆଦୌ ଅପରିଚିତ ନଥିଲେ । ତେଣୁ ବ୍ୟାଙ୍କ ଠକେଇ କ୍ଷେତ୍ରରେ ଆଧାରର ଭୂମିକା କମ୍‌ ।

Leave A Reply