www.samajalive.in
Sunday, November 16, 2025
15.1 C
Bhubaneswar

‘କଳା ପାହାଡ଼’ ଭୂମିକାରେ ଅଭିନେତା ଚନ୍ଦନ

ଭୁବନେଶ୍ୱର : ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲଗୁଡ଼ିକ ବନ୍ଦ ହେବାକୁ ଲାଗିଲାଣି। ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜିବୀତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଅଭିନେତା ଚନ୍ଦନ କର। ଚିରାଚରିତ ଲଭ୍, ରୋମାଞ୍ଚ ଭଳି ସିନେମାଠୁ ଦୂରେଇ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ଚଳଚ୍ଚିତ୍ର କରିବାକୁ ସେ ଉଦ୍ୟମ ଜାରି ରଖିଛନ୍ତି। କିଛିଦିନ ପୂର୍ବରୁ ଓଡ଼ିଶାର ପ୍ରଥମ ସହିଦ ଜୟୀ ରାଜଗୁରୁଙ୍କ ଜୀବନକାହାଣୀକୁ ନେଇ ମହର୍ଷି ଶୀର୍ଷକ ଏକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ଯାହା ମୁକ୍ତିଲାଭ ଅପେକ୍ଷାରେ ଅଛି ଓ ଏହା ଜନମାନସରେ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଆସ୍ଥାପ୍ରକଟ କରିବ ବୋଲି ଆଶା କରାଯାଉଛି। ଆଉ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଇତିହାସ ସୃଷ୍ଟି କଲାଭଳି ଚଳଚ୍ଚିତ୍ର ‘କଳା ପାହାଡ଼’ ନିର୍ମାଣ କରିବାକୁ ଯାଉଛନ୍ତି।

 

- Advertisement -

ଏହି ଚଳଚ୍ଚିତ୍ରରେ ଅଭିନେତା ଚନ୍ଦନ ଏକ ଭିନ୍ନ ଅବତାରରେ ଦେଖିବାକୁ ମିଳବେ। ଯାହାର ପୋଷ୍ଟର ଓ ମୋସନ ପିକଚର୍ ଭୁବନେଶ୍ୱରସ୍ଥିତ ଗୀତଗୋବନ୍ଦ ସଦନରେ ଲୋକାର୍ପିତ ହୋଇଯାଇଛି। ଏଥିରେ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ, ବରିଷ୍ଠ ଅଭିନେତ୍ରୀ ପ୍ରତିଭା ପଣ୍ଡା, ବରିଷ୍ଠ ସ୍ତମ୍ଭକାର ଅମୀୟ ପାଣ୍ଡବ ଓ ବିଜୁ ଛାତ୍ର ଜନତା ଦଳ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ସଭାପତି ଶକ୍ତି ପ୍ରକାଶ ପତି ପ୍ରମୁଖ ଯୋଗ ଦେଇ ଅଭିନେତା ଚନ୍ଦନ କରଙ୍କ ଏହି ନୂତନ ପ୍ରୟାସକୁ ପ୍ରଶଂସା କରିଥିଲେ।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories