BJD Bijuli 480×75 Mob

ଏସିଏମ୍‌ଇ ଗ୍ରୁପ୍‌ ପକ୍ଷରୁ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପ ପାର୍କରେ ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ ସ୍ଥାପନ କରାଯିବ

ପ୍ରକଳ୍ପ ପାଇଁ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ ଓ ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

BJD Bijuli 480×75 Mob

ଭୁବନେଶ୍ୱର: ଗୋପାଳପୁର ଶିଳ୍ପ ପାର୍କରେ ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆ ପ୍ରକଳ୍ପ ସ୍ଥାପନ କରିବା ପାଇଁ ଆଜି ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌(ଟିଏସ୍‌ଏସ୍‌ଇଜେଡଏଲ୍‌) ଓ ଅଗ୍ରଣୀ ଅକ୍ଷୟ ଶକ୍ତି କଂପାନି ଏସିଏମ୍‌ଇ ଗ୍ରୁପ୍‌ ମଧ୍ୟରେ ଏକ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ହୋଇଛି, ଯାହା ହେବ ରାଜ୍ୟ ଓ ଭାରତର ପୂର୍ବ ଉପକୂଳର ସର୍ବପ୍ରଥମ ଗ୍ରିନ୍‌ ହାଇଡ୍ରୋଜେନ୍‌ ପ୍ରକଳ୍ପ । ଏହା ହେଉଛି ଗୋଟିଏ ସ୍ଥାନରେ ଦେଶର ସର୍ବବୃହତ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଡେରିଭେଟିସ୍‌ ମାନୁଫାକ୍‌ଚରିଂ ବ୍ୟବସ୍ଥା ।

ଏହି ଏମ୍‌ଓୟୁ ଅଧୀନରେ ଏକ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ତାହାର ଆନୁଷଙ୍ଗିକ ୟୁନିଟ୍‌ଗୁଡ଼ିକୁ ସ୍ଥାପନ କରିବା ପାଇଁ ଏସିଏମ୍‌ଇ କ୍ଲିନ୍‌ ଏନର୍ଜି ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଓଡ଼ିଶାର ଗଞ୍ଜାମ ଜିଲ୍ଲା ସ୍ଥିତ ଟାଟା ଷ୍ଟିଲ୍‌ ଏସ୍‌ଇଜେଡ୍‌ର ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)ରେ ୩୪୩ ଏକର ଜମି ଅଧିଗ୍ରହଣ କରିବ ।ଏସିଏମ୍‌ଇ ଗ୍ରୁପ୍‌ ପକ୍ଷରୁ ଏହି ପ୍ରକଳ୍ପ ପାଇଁ ମୋଟ ପୁଞ୍ଜିନିବେଶ ଆକଳନ ହେଉଛି ୨୭,୦୦୦ କୋଟି ଟଙ୍କା, ଯାହା ପର୍ଯ୍ୟାୟକ୍ରମେ ନିବେଶ ହେବ ।

ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଓଡ଼ିଶା ଶିଳ୍ପ ଭିତିଭୂମି ବିକାଶ ନିଗମ (ଇଡ୍‌କୋ) ଓ ଓଡ଼ିଶା ଶିଳ୍ପ ପ୍ରସାର ଓ ନିବେଶ ନିଗମ ଲିମିଟେଡ୍‌ (ଇପିକଲ୍‌)ର ଅଧ୍ୟକ୍ଷ ଆଇଏଏସ୍‌ ଶ୍ରୀ ହେମନ୍ତ ଶର୍ମା ଏବଂ ଇପିକଲ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ କଲ୍ୟାଣ ମହାନ୍ତିଙ୍କ ଉପସ୍ଥିତିରେ ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାଏକ ଓ ଏସିଏମ୍‌ଇ ଗ୍ରୁପ୍‌ର ଚିଫ୍‌ ଅପରେଟିଂ ଅଫିସର ସନ୍ଦୀପ କଶ୍ୟପଙ୍କ ମଧ୍ୟରେ ବୁଝାମଣାପତ୍ର ଏହି଼ ସ୍ୱାକ୍ଷର ହୋଇଛି ।
ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଓ ଇଡ୍‌କୋ ଓ ଇପିକଲ୍‌ର ଅଧ୍ୟକ୍ଷ ଶ୍ରୀ ହେମନ୍ତ ଶର୍ମା କହିଛନ୍ତି ଯେ, “ଓଡ଼ିଶାକୁ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆର ହବ୍‌ ଓ ସବୁଜ ଇନ୍ଧନ ଅର୍ଥନୀତିର ଅଗ୍ରଣୀ ଭାବେ ପରିକଳ୍ପନା କରୁଛୁ । ଆମ ଭବିଷ୍ୟତର ମୂଳଦୁଆ ଭାବେ ତାହାକୁ ବିଚାର କରି ସବୁଜ ଶକ୍ତି ପ୍ରତି ରାଜ୍ୟ ସରକାର ଦୃଢ଼ ଭାବେ ପ୍ରତିବଦ୍ଧ । ସେହି ଲକ୍ଷ୍ୟକୁ ସାକାର କରିବା ଲାଗି ଆମେ ସର୍ବୋତମ ପ୍ରୋତ୍ସାହନ ପ୍ରଦାନ କରୁଛୁ । ଆମ ପ୍ରଗତିଶୀଳ ନୀତି ହେଉଛି ଏକ ଦୀର୍ଘସ୍ଥାୟୀ ଓ ସମୃଦ୍ଧ ଭବିଷ୍ୟତ ଆମ ପ୍ରତିବଦ୍ଧତାର ପ୍ରତିଫଳନ ।’’

ଏସିଏମ୍‌ଇ ଗ୍ରୁପ୍‌ ପକ୍ଷରୁ ଗୋପାଳପୁର ଶିଳ୍ପ ପାର୍କରେ ପ୍ରାୟ ୧.୩ ଏମ୍‌ଟିପିଏର ଗ୍ରିନ୍‌ ଆମୋନିଆ ଉତ୍ପାଦନ କାରଖାନା ସ୍ଥାପନ କରିବ । ଗ୍ରିନ୍‌ ହାଇଡ୍ରୋଜେନ୍‌ରୁ ଗ୍ରିନ୍‌ ଆମୋନିଆ ଉତ୍ପାଦନ କରାଯିବ ଏବଂ ଏହି ଉତ୍ପାଦନ କାରଖାନା ଅକ୍ଷୟ ଶକ୍ତି ଦ୍ୱାରା ପରିଚାଳିତ ହେବ ।

ଏହି ବ୍ୟବସ୍ଥାରେ ଉତ୍ପାଦିତ ଗ୍ରିନ୍‌ ଆମୋନିଆକୁ ପ୍ରକଳ୍ପର ନିକଟତମ ବନ୍ଦର ଗୋପାଳପୁର ବନ୍ଦର ଜରିଆରେ ପଶ୍ଚିମ ଓ ପୂର୍ବାଂଚଳ ବଜାରକୁ ରପ୍ତାନି କରାଯିବ । ଗୋପାଳପୁର ଶିଳ୍ପ ପାର୍କ ଓ ଗୋପାଳପୁର ବନ୍ଦର ମଧ୍ୟରେ ଥିବା ୟୁଟିଲିଟି କରିଡର ସୁବିଧାଜନକ ଲଜିଷ୍ଟିକ୍‌ ଓ ପାଇପଲାଇନ୍‌ ସଂଯୋଗ ପାଇଁ ଏକ ଉତ୍ସର୍ଗୀକୃତ କରିଡର ପ୍ରଦାନ କରିବ ।

ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌ ଇକୋନମିକ୍‌ ଜୋନ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ମଣିକାନ୍ତ ନାୟକ କହିଛନ୍ତି ଯେ, “ପ୍ଲଗ୍‌ ଆଣ୍ଡ୍‌ ପ୍ଲେ ଭିତିଭୂମି, ମଲ୍‌ଟି-ମୋଡାଲ ଲଜିଷ୍ଟିକ୍‌ ସଂଯୋଗ, ପରିବେଶ ମଞ୍ଜୁରି ପ୍ରସ୍ତୁତ ଏବଂ ସ୍ପଷ୍ଟ ଜମି ମାଲିକାନାସତ୍ୱକୁ ନେଇ ଆରମ୍ଭ ହେବାର ଅଳ୍ପ ସମୟ ମଧ୍ୟରେ ଗୋପାଳପୁର ଶିଳ୍ପ ପାର୍କ ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ନିବେଶ ସ୍ଥଳ ଭାବେ ପ୍ରତିଷ୍ଠା ଲାଭ କରିଥିବାରୁୁ ଆମେ ବହୁତ ଖୁସି । ଓଡ଼ିଶା ରାଜ୍ୟକୁ ନିବେଶ ଆକର୍ଷଣ କରୁଥିବା ଶିଳ୍ପ ଅନୁକୂଳ ନୀତି ଓ ପ୍ରୋତ୍ସାହନ ପାଇଁ ଓଡ଼ିଶା ସରକାରଙ୍କୁ ଆମେ ଧନ୍ୟବାଦ ଜଣାଉଛୁ ।
“ଶିଳ୍ପ ପାର୍କରେ କେତେକ ମୂଲ୍ୟବାନ କ୍ଲାଏଂଟ୍‌ଙ୍କ ୟୁନିଟ୍‌ କାର୍ଯ୍ୟକ୍ଷମ ରହିଛି ଏବଂ ଆଗାମୀ ଦିନରେ ଅଧିକ ନିବେଶକଙ୍କୁ ଚାହିରହିଛୁ ଯାହା ଏହି ଅଂଚଳର ଶିଳ୍ପ ପ୍ରଗତିରେ ଯୋଗଦାନ ପ୍ରଦାନ କରିବ ବୋଲି ସେ କହିଛନ୍ତି ।’’

ଟାଟା ଷ୍ଟିଲ୍‌ର ୧୦୦ଧ ସହାୟକ ସଂସ୍ଥା ଟିଏସ୍‌ଏସ୍‌ଇଜେଡ୍‌ଏଲ୍‌ ଏହାର ପ୍ରମୁଖ ଶିଳ୍ପ ପାର୍କ ଗୋପାଳପୁର ଶିଳ୍ପ ପାର୍କ (ଜିଆଇପି)କୁ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ବିକାଶ କରୁଛି । କଂପାନି ଏହି ଜିଆଇପିକୁ ଉଭୟ ଘରୋଇ ଓ ରପ୍ତାନିଭିତିକ ଶିଳ୍ପ ପାଇଁ ଏକ ଉଦୀୟମାନ ମାନୁଫାକ୍‌ଚରିଂ ହବ୍‌ରେ ବିକାଶ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ଏମ୍‌ଓୟୁ ସମ୍ପର୍କରେ ଏସିଏମ୍‌ଇ ଗ୍ରୁପ୍‌ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ମନୋଜ କେ ଉପାଧ୍ୟାୟ କହିଛନ୍ତି ଯେ, “ରାଜ୍ୟରେ ଏସିଏମ୍‌ଇ ଗ୍ରୁପ୍‌ର ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆ ପ୍ରକଳ୍ପକୁ ସହଯୋଗ କରିଥିବାରୁ ଆମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ଓ ଅନ୍ୟ ଅଂଶୀଦାରମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଛୁ । ଏହି ବ୍ୟବସ୍ଥାକୁ ସ୍ଥାପନ କରିବା ଲାଗି ଆମେ ଟାଟା ଷ୍ଟିଲ୍‌ ସ୍ପେସିଆଲ୍‌ ଇକୋନମିକ୍‌ ଜୋନ୍‌ (ଟିଏସ୍‌ଏସ୍‌ଇଜେଡଏଲ୍‌) ସହିତ ଏମ୍‌ଓୟୁ ସ୍ୱାକ୍ଷର କରିଛୁ । ଭାରତରକୁ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଏହାର ଡେରିଭେଟିସ୍‌ର ହବ୍‌ରେ ପରିଣତ କରିବା ଲାଗି ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆ ପ୍ରକଳ୍ପ ହାତକୁ ନେବା ଲାଗି ଆମକୁ ନିରନ୍ତର ସମର୍ଥନ ଓ ଉତ୍ସାହ ପ୍ରଦାନ କରିଥିବାରୁ ଆମେ କେନ୍ଦ୍ର ଶକ୍ତି, ନୂଆ ଓ ଅକ୍ଷୟ ଶକ୍ତି ମନ୍ତ୍ରୀ ଶ୍ରୀ ଆର୍‌ କେ ସିଂହ ଓ କେନ୍ଦ୍ର ଶକ୍ତି, ନୂଆ ଓ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ପ୍ରତି ଆନ୍ତରିକ କୃତଜ୍ଞତା ଜଣାଇବାକୁ ଚାହୁଛୁ ।’’

ଏହି ପ୍ରକଳ୍ପ ଆମକୁ ମେକ୍‌ ଇନ୍‌ ଇଣ୍ଡିଆ ଗ୍ରିନ୍‌ ହାଇଡ୍ରୋଜେନ୍‌ ଓ ଗ୍ରିନ୍‌ ଆମୋନିଆକୁ ଘରୋଇ ଓ ଆନ୍ତର୍ଜାତିକ ବଜାରରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ମୂଲ୍ୟରେ ପ୍ରଦାନ କରିବାରେ ସହାୟକ ହେବ । ଆମେ ଅତ୍ୟନ୍ତ ଆନନ୍ଦର ସହ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ପ୍ରତିନିଧିଙ୍କ ନେତୃତ୍ୱାଧୀନ ଟୋକିଓରେ ଅନୁଷ୍ଟିତ ଇନଭେଷ୍ଟ ଓଡ଼ିଶା ସମ୍ମିଳନୀର ଶ୍ରେଷ୍ଠ ଫଳାଫଳ ବିଷୟରେ ଘୋଷଣା କରିବାକୁ ଚାହୁଛୁ ଯାହା ଏହି ପ୍ରକଳ୍ପ ଜରିଆରେ ଫଳପ୍ରଦ ହୋଇପାରିଛି । ସେହି ସମ୍ମିଳନୀ ଅବସରରେ ଓଡ଼ିଶାର ଗ୍ରିନ୍‌ ଏନର୍ଜି ପ୍ରକଳ୍ପରେ ନିବେଶ କରିବା ଲାଗି ଜାପାନର ଆଇଏଚ୍‌ଆଇ ଏକ ପ୍ରାଥମିକ ଚୁକ୍ତି ସ୍ୱାକ୍ଷର କରିଥିଲା ।’’

ଟାଟା ଷ୍ଟିଲ୍‌ ମାଇନିଂ ଲିମିଟେଡ୍‌, ଟାଟା କଞ୍ଜ୍ୟୁମର ପ୍ରଡକ୍ଟସ୍‌ ଲିମିଟେଡ୍‌, ଆନାଡ୍ରୋନ୍‌ ସିଷ୍ଟମ୍‌ସ ପ୍ରାଇଭେଟ୍‌ ଲିମିଟେଡ୍‌, ଇଷ୍ଟ୍‌ କୋଷ୍ଟ୍‌ ଓଭରସିଜ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ଓ ଓଡିମେଟ୍‌ ରିସୋର୍ସେସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ ସମେତ ପାଂଚଟି ବିଭିନ୍ନ ଶିଳ୍ପ ୟୁନିଟ୍‌ ଗୋପାଳପୁର ଶିଳ୍ପ ପାର୍କରେ ପରିଚାଳିତ ହେଉଛି ।

ଏହା ବ୍ୟତୀତ, ଦୀପକ ଫର୍ଟିଲାଇଜର୍ସ ଆଣ୍ଡ୍‌ ପେଟ୍ରୋକେମିକାଲ୍‌ସ କର୍ପୋରେସନ ଲିମିଟେଡ୍‌ ପକ୍ଷରୁ ଏକ ଟେକ୍ନିକାଲ୍‌ ଆମୋନିଅମ୍‌ ନାଇଟ୍ରେଟ୍‌ କମ୍ପେ୍ଲକ୍ସ ଓ ଗେଲ୍‌ ଗ୍ୟାସ୍‌ ଲିମିଟେଡ୍‌ ପକ୍ଷରୁ ଏକ ଏଲ୍‌-ସିଏନ୍‌ଜି କନଭର୍ସନ ୟୁନିଟ୍‌ ଏହି ଶିଳ୍ପ ପାର୍କରେ ସ୍ଥାପନ କରାଯାଉଛି ।

 

 

 

Comments are closed.