www.samajalive.in
Sunday, December 7, 2025
26.1 C
Bhubaneswar

ଉପରାଷ୍ଟ୍ରପତିଙ୍କ ଦ୍ବାରା ‘ନୀଳିମାରାଣୀ-ମୋ ମାଆ, ମୋ ଗୁରୁ’ ଶୀର୍ଷକ ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର: ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଶୁକ୍ରବାର ଓଡ଼ିଶା ଗସ୍ତରେ ଆସିଥିବା ବେଳେ ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଉପସ୍ଥିତିରେ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଦ୍ବାରା ଲିଖିତ ‘ନୀଳିମାରାଣୀ-ମୋ ମାଆ, ମୋ ଗୁରୁ’ ଶୀର୍ଷକ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକ ଉନ୍ମୋଚନ ସମୟରେ ଉପରାଷ୍ଟ୍ରପତି ଶ୍ରୀ ନାଇଡୁ ନିଜ ଖୁସି ବ୍ୟକ୍ତ କରିଛନ୍ତି।

ସେ କହିଛନ୍ତି, ଜଣେ ମାଆର କାହାଣୀ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ କରିବାକୁ ଆସି ମୁଁ ଖୁବ୍ ଆନନ୍ଦିତ। ସାଧାରଣତଃ ଆମେ ମହାନ୍ ନେତା, ଉଦ୍ୟୋଗପତି ଓ ଉଦ୍ଭାବକଙ୍କ ଜୀବନୀ ପାଠ କରିଥାଉ । ମାତ୍ର ଆଜି ଆମେ ଜଣେ ମାଆର ଜୀବନୀ ଉନ୍ମୋଚନ କରୁଛୁ। କାରଣ ମାଆଟିଏ ତା’ର ଲାଳନପାଳନ ଓ ମୂଲ୍ୟବୋଧ ଶିକ୍ଷା ଦ୍ୱାରା ଜଣେ ପୁରୁଷ ବା ମହିଳାକୁ ମହାନ୍ କରି ଗଢି ତୋଳିଥାଏ । ଏହି ପରିପ୍ରେକ୍ଷୀରେ ଶ୍ରୀ ନାଇଡୁ ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।

- Advertisement -

ସେ ପୁନଶ୍ଚ କହିଛନ୍ତି, ଡକ୍ଟର ସାମନ୍ତ ତାଙ୍କ ଜୀବନ ସଂଗ୍ରାମ ଓ ସଫଳତାର ସମସ୍ତ ଶ୍ରେୟ ତାଙ୍କ ସ୍ୱର୍ଗୀୟ ମାଆ ନୀଳିମାରାଣୀ ମହୋଦୟାଙ୍କୁ ଦିଅନ୍ତି। ଯେତେବେଳେ ମୁଁ ବହିର ପୃଷ୍ଠା ଓଲଟାଇଲି, ସେତେବେଳେ ସେଇ ମାଆ ପ୍ରତି ସମ୍ମାନରେ ମୋର ନତମସ୍ତକ ହୋଇଗଲା, ଯିଏ ସମସ୍ତ ପ୍ରକାରର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଏକୁଟିଆ ତା’ର ସାତଟି ସନ୍ତାନକୁ ଲାଳନପାଳନ କରିବା ପାଇଁ ସଂଗ୍ରାମ କରିଥିଲା। ଉତ୍କଟ ଦାରିଦ୍ର‌୍ୟ ଓ ସମ୍ବଳ ଅଭାବ ସତ୍ୱେ ସେ ତାଙ୍କର ସମସ୍ତ ପିଲା ଉତମ ଶିକ୍ଷା ପ୍ରାପ୍ତ କରି ସୁନାଗରିକ ହେବା ସୁନିଶ୍ଚିତ କରିଥିଲେ।

ଶ୍ରୀ ନାଇଡୁ କହିଛନ୍ତି, ଜୀବନରେ ଦୟନୀୟ ଅବସ୍ଥା ସତ୍ୱେ ନିଳୀମାରାଣୀ ମହୋଦୟା ମାନବିକତାକୁ ପ୍ରାଧାନ୍ୟ ଦେଇ ସମାଜର ଗରିବ ଓ ନିଷ୍ପେସିତଙ୍କ ଉତଥାନ ପାଇଁ କାର୍ଯ୍ୟ କରି ଚାଲିଥିଲେ। ମୁଁ ଜାଣି ଖୁସି ହେଲି ଯେ ସେ ତାଙ୍କ ପିଲାମାନଙ୍କ ସହାୟତାରେ ତାଙ୍କର ନିଜ ଗାଁ କଲରାବାଙ୍କକୁ ଦେଶର ଏକ ସ୍ମାର୍ଟ ଗ୍ରାମରେ ପରିଣତ କରିପାରିଛନ୍ତି। ଏହା ଖୁବ୍ ଉତ୍ସାହବର୍ଦ୍ଧକ।

ଏହାସହିତ ସମସ୍ତ ସଫଳ ପୁରୁଷ ଓ ମହିଳାଙ୍କୁ ଶ୍ରୀ ନାଇଡୁ ନିବେଦନ କରିଛନ୍ତି ଯେ, ସେମାନେ କେବେ ମଧ୍ୟ ନିଜର ମୂଳକୁ ଭୁଲିବା ଅନୁଚିତ। ଆପଣ ଯେଉଁଠି ଥାଆନ୍ତୁ ନା କାହିଁକି ଆପଣ ସବୁବେଳେ ଆପଣଙ୍କ ମାଆ, ମାତୃଭୂମି ଓ ଜନ୍ମଭୂମିକୁ ମନେରଖିବା ଉଚିତ। ଏକ ଖୋଲାମନରେ ଆମେ ଗ୍ରାମରେ ରହୁଥିବା ଆମ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିବା ଉଚିତ। ଏହା ହିଁ ଉନ୍ନତ ଭାରତ ଗଠନରେ ଦେଶକୁ ଆଗେଇ ନେବ ବୋଲି ଉପରାଷ୍ଟ୍ରପତି ଶ୍ରୀ ନାଇଡୁ କହିଛନ୍ତି। ଏହାସହିତ ଅଚ୍ୟୁତ ସାମନ୍ତଙ୍କ ଏହି ପୁସ୍ତକ ଆହୁରି ଅନେକଙ୍କୁ ସେମାନଙ୍କ ମାଆଙ୍କ ଜୀବନ ଓ କାହାଣୀ ରଚନା କରିବାରେ ଅନୁପ୍ରାଣିତ କରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories