ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ଚିଲିଦା ଠାରେ ୪୯ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍ନ ୫ଟା ୪୫ ମିନିଟ୍ ସମୟରେ ସଡ଼କ ଦୁର୍ଘଟଣା ଘଟିଛି। କେନ୍ଦୁଝରରୁ କରଞ୍ଜିଆ ଅଭିମୁଖେ ଯାଉଥିବା ଏକ କାର ପଥର ସହ ଧକ୍କା ଖାଇବା ପରେ ଭାରସାମ୍ୟ ହରାଇ ପଥୁରିଆ ପୋଖରୀ ଭିତରକୁ ଓଲଟି ପଡିଛି । କାରଟିକୁ ଚାଳକ ମାନସ ରଞ୍ଜନ ମହାନ୍ତ ଏକାକି ଚଳାଉଥିବା ସମୟରେ ଦୁର୍ଘଟଣା ଘଟିଥିବା ବେଳେ ଚାଳକ ଜଣଙ୍କ ସୁରକ୍ଷିତ ଅଛନ୍ତି । କାରଟି କ୍ଷତିଗ୍ରସ୍ତ ହୋଇଥିବା ବେଳେ ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି।
Popular Categories



