www.samajalive.in
Monday, December 15, 2025
24.1 C
Bhubaneswar

ଡିଭାଇଡରରେ ପିଟି ହେଲା ସ୍କୁଟି, ଜଣେ ମୃତ

ଗୋପାଳପୁର: ଡେଥ୍ ଜୋନ ଭାବେ ପରିଚିତ ହଳଦିଆପଦର-ଗୋଳନ୍ଥରା ଜାତୀୟ ରାଜପଥ ନଂ-୧୬ରେ ଆଜି ସଂଧ୍ୟାରେ ଏକ ସ୍କୁଟି ରାସ୍ତା କଡ଼ ଡିଭାଇଡର ରେ ପିଟି ହେବାରୁ ସ୍କୁଟିରେ ଯାଉଥିବା ଦୁଇ ଭଉଣୀଙ୍କ ମଧ୍ୟରୁ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତୀ ହୋଇଥିବା ଜଣାପଡିଛି।ଆଜି ସଂଧ୍ୟାରେ ନୟାଗଡ ଜିଲ୍ଲା ଘଡୁଆଳ ଗ୍ରାମର ଦୁଇ ଭଉଣୀ ବ୍ରହ୍ମପୁର ରେ ଭଡା ଘରେ ରହୁଥିଲେ।ଏମାନଙ୍କ ମଧ୍ୟରୁ ଚନ୍ଦ୍ରମା ବେହେରା ଗୋଳନ୍ଥରା ସ୍ଥିତ ବିଶ୍ବନାଥ ଉଚ୍ଚ ଓ ବୌଷୟିକ ବିଦ୍ୟାଳୟ ରେ ଶିକ୍ଷକତା କରୁଥିବା ବେଳେ ଅନ୍ୟ ଜଣେ ଭଉଣୀ ସୁଷମା ବେହେରା ଛତ୍ରପୁର କୋର୍ଟ ରେ କ୍ଲର୍କ ଭାବେ କାର୍ୟ୍ୟ କରୁଛନ୍ତି।ଆଜି ଏହି ଦୁଇ ଭଉଣୀ ନିଜର ସ୍କୁଟି (ଓଡି ୦୭ଟି ୩୭୮୪) ଯୋଗେ ଗୋଳନ୍ଥରା ରୁ ବ୍ରହ୍ମପୁର ଫେରୁ ଥିବା ସମୟରେ ଭାରସାମ୍ୟ ହରାଇ କନିଷି ନିକଟବର୍ତ୍ତୀ ରସ ଫ୍ୟାକ୍ଟ୍ରୀ ସମ୍ମୁଖରେ ଡିଭାଇଡର ରେ ଧକ୍କା ହେବାରୁ ଚନ୍ଦ୍ରମା ଗାଡ଼ିରୁ ଛିଟିକି ରାସ୍ତାର ଡିଭାଇଡର ରେ ପିଟି ହୋଇଯାଇଥିଲେ,ଏହାଦ୍ବାରା ଚନ୍ଦ୍ରମା ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗବା ସହ ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।କିନ୍ତୁ ଅନ୍ୟ ଜଣେ ଭଉଣୀ ସୁଷମା ଗୁରୁତର ଅବସ୍ଥାରେ ରାସ୍ତାରେ ପଡିରହିଥିଲେ,ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ ଗୋଳନ୍ଥରା ଥାନା କୁ ଜଣାଇଥିଲେ ମଧ୍ୟ ପୁଲିସ ପହଞ୍ଚି ବାରେ ବିଳମ୍ବ ହେବାରୁ ସେହି ରାସ୍ତାଦେଇ ଯାଉଥିବା ଏକ ପରିବାର ନିଜ କାରରେ ସୁଷମା ଙ୍କୁ ଠିକ ସମୟରେ ମେଡିକାଲରେ ପହଞ୍ଚାଇବାରୁ ସୁଷମା ଠିକ ଥିବା ଜଣାଯାଉଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories