www.samajalive.in
Tuesday, December 9, 2025
19.1 C
Bhubaneswar

ବାବ୍ରି ମସ୍‌ଜିଦ ଭଙ୍ଗା ମାମଲା: ସୁରକ୍ଷା ଲୋଡିଲେ ବିଚାରପତି

ନୂଆଦିଲ୍ଲୀ : ବାବ୍ରି ମସଜିଦ ଭଙ୍ଗା ମାମଲାର ଶୁଣାଣି କରୁଥିବା ସିବିଆଇ ସ୍ବତନ୍ତ୍ର ଅଦାଲତ ବିଚାରପତି ଏସକେ ଯାଦବ ନିଜର ସୁରକ୍ଷା ପାଇଁ ସୁପ୍ରିମକୋର୍ଟଙ୍କୁ ପତ୍ର ଲେଖିଛନ୍ତି। ବିଚାରପତିଙ୍କ ପତ୍ର ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଯୋଗୀ ଆଦିତ୍ୟନାଥ ନେତୃତ୍ବ ଉତ୍ତରପ୍ରଦେଶ ସରକାରଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ କହିଛନ୍ତି।

ଏହା ସହିତ ମାମଲାର ଶୁଣାଣି ଶେଷ ପର୍ଯ୍ୟନ୍ତ ବିଚାରପତି ଯାଦବଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗଇଙ୍କ ନେତୃତ୍ବ ସୁପ୍ରିମକୋର୍ଟଙ୍କ ୫ ଜଣିଆ ବିଚାରପତି ପୀଠ ଉତ୍ତରପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ବାବ୍ରି ମସଜିଦ ଭଙ୍ଗାକୁ ନେଇ ବିଜେପିର ବରିଷ୍ଠ ନେତା ଏଲକେ ଆଡୱାଣୀ, ମୂରଲୀ ମନୋହର ଜୋଷୀ ଓ ଉମା ଭାରତୀଙ୍କ ବିରୋଧରେ ରହିଥିବା ମାମଲାକୁ ସ୍ବତନ୍ତ୍ର ଅଦାଲତ ଶୁଣାଣି କରୁଛନ୍ତି। ଶୁକ୍ରବାର ସୁପ୍ରିମକୋର୍ଟ ମାମଲାର ସ୍ଥିତାବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

Hot this week

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

Related Articles

Popular Categories