www.samajalive.in
Tuesday, December 9, 2025
15.1 C
Bhubaneswar

ବାଇକ ଓ ସ୍କୁଟି ମଧ୍ୟରେ ମୁହାଁ ମୁହିଁ ଧକ୍କା, ୩ ଗୁରୁତର

ପିପିଲି : ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଖଣ୍ଡିଆଗିରି ନିକଟରେ ଶୁକ୍ରବାର ରାତି ସାଢେ ୧୨ଟା ସମୟରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଥି ମଧ୍ୟରୁ ଜଣକ ଅବସ୍ଥା ସଂକଟପନ୍ନ ଥିବା ସୂଚନା ମିଳିଛି।
ଦାଣ୍ଡମୁକୁନ୍ଦପୁରରୁ ପିପିଲି ଅଭିମୁଖେ ଏକ ସ୍କୁଟିରେ ଦୁଇଜଣ ବ୍ୟକ୍ତି ଯାଉଥିବା ବେଳେ ଖଣ୍ଡିଆଗିରି ନିକଟ ହୁଙ୍କେଶ୍ୱର ନଗର ଠାରେ ସମୁଖରୁ ଆସୁଥିବା ଏକ ବାଇକ ସହ ମୁହାଁ ମୁହିଁ ଧକ୍କା ଲାଗିଥିଲା। ଫଳରେ ବାଇକ ଚାଳକଙ୍କ ସହ ସ୍କୁଟିରେ ଥିବା ଦୁଇଜଣ ଯାକ ରାସ୍ତା ଉପରେ ଛିଟିକି ପଡି ଗୁରୁତର ଭାବେ ଆହତ ହୋଇଥିଲେ। ଜଣେ ବ୍ୟକ୍ତି ଙ୍କ ମୁଣ୍ଡ ଫାଟି ପ୍ରବଳ ରକ୍ତ ସ୍ରାବ ହୋଇଥିବା ପରିଲକ୍ଷିତ ହୋଇଛି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଅଗ୍ନିଶମ ବାହିନୀର ଦମକଳ ଓ ୧୦୮ ଆମ୍ବୁଲାନ୍ସରେ ସମସ୍ତ ଆହତଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପିପିଲି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories