କାର ସହ ଅଟୋ ମୁହାଁମୁହିଁ ଧକ୍କା,୭ ଆହତ

ଫୁଲବାଣୀ :  କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇ ଛନ୍ତି। ସୂଚନା ଅନୁସାରେ ପୁଲବାଣୀ ପଟୁ ଫିରିଙ୍ଗିଆ ପଟକୁ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଓଟୋକୁ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ବାଲିଗୁଡା ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିବାରୁ ଓଟୋରେ ବସିଥିବା ସାତଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ସହ  ସଞ୍ଜୟ କୁମାର ଦିଗାଲ ଓ ମିଥୁନ ମହାରଣା ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ରେ ଚିକିତ୍ସା ପାଇଁ ଭର୍ତି କରିଥିଲେ। ତେବେ ଆହତ ମାନେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପାଞ୍ଚୟତ ଯାର୍ଗି ପଦର ଗାଁର ବୋଲି ଜଣା ପଡ଼ିଥିବା ବେଳେ ସମସ୍ତେ ଗୋଟିଏ ପରିବାରର ଓ ସେମାନେ ଫୁଲବାଣୀ ସଦର ଥାନା କେରେଡ଼ି ଗାଁରେ ଏକ ଶୁଦ୍ଧିକ୍ରିୟାରେ ଯୋଗଦେଇ ନିଜ ଗାଁକୁ ଫେରୁଥିବା ଜଣା ପଡିଛି। ଅନ୍ୟପଟେ ପୋଲିସ ଉଭୟ କାର ଓ ଓଟୋକୁ ଥାନାକୁ ଆଣିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭରକୁ ଥାନାରେ ଅଟକ ରଖିଛି । ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟରତ ଥିବା ଜଣାପଡିଛି।

Comments are closed.