www.samajalive.in
Tuesday, December 9, 2025
26.1 C
Bhubaneswar

ବଦଳିଲେ ବି.କେ ଶର୍ମା ; ଅଭୟ ନୂଆ ଡ଼ିଜି

ଭୁବନେଶ୍ବର : ଏକ ଗୁରୁତ୍ବପୂର୍ଣ୍ଣ ଘଟଣା କ୍ରମରେ ରାଜ୍ୟ ସରକାର ପୁଲିସ ମହାନିର୍ଦ୍ଦେଶକ ଡ. ବିଜୟ କୁମାର ଶର୍ମାଙ୍କୁ କାର୍ଯ୍ୟରୁ ଅନ୍ତର କରିଛନ୍ତି । ଅଗ୍ନି ନିରାପତ୍ତା ପ୍ରମାଣ ପତ୍ର ପ୍ରଦାନରେ ଅନିୟମିତତା ଅଭିଯୋଗରେ ତାଙ୍କୁ ବଦଳି କରାଯାଇଛି । ଅଭୟଙ୍କୁ ନୂତନ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି । ତେବେ ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ସତ୍ୟଜିତ ମହାନ୍ତିଙ୍କୁ ଦାୟିତ୍ବ ଦିଆଯାଇଛି। ସେହିପରି ତୁରନ୍ତ ଦାୟିତ୍ବ ନେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଅନ୍ୟପକ୍ଷରେ ସୁନୀଲ ରାୟଙ୍କୁ ଅଗ୍ନିଶମ ବିଭାଗ ଡ଼ିଜି ଦାୟିତ୍ବ ଦିଆଯାଇଛି। ଅଗ୍ନିଶମ ଡ଼ିଜି  ବିଜୟ ଶର୍ମାଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ମୁଖ୍ୟ ଶାସନ ସଚିବ, ଗୃହ ସଚିବ ଓ ଉନ୍ନୟନ କମିଶନରଙ୍କୁ ନେଇ ଏହି କମିଟି ଗଠନ କରାଯାଇଛି। ବିଜୟ ଶର୍ମାଙ୍କୁ ଗୃହ ବିଭାଗର ଓଏସଡ଼ି ଦାୟିତ୍ବ ଦିଆଯାଇଛି।

Hot this week

ଆଉ ୧୮ ଘଣ୍ଟା ବଢିଲା ଇଣ୍ଟରନେଟ୍ କଟକଣା : ଏମ୍‌ଭି-୨୬ରେ ୧୬୩ ଘର କ୍ଷତିଗ୍ରସ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବଢିଲା ଇଣ୍ଟରନେଟ୍ କଟକଣା। ପ୍ରଶାସନ ଆଉ ୧୮...

୫ ବର୍ଷରେ ଗଲାଣି ୫୧୮ ଦାଦନଙ୍କ ଜୀବନ

ସମାଜଲାଇଭ ଡେସ୍କ: ରାଜ୍ୟରେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟଣା ଦିନକୁ ଦିନ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

Related Articles

Popular Categories