ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ପକ୍ଷରୁ ରବିବାର ଡିଗ୍ରୀ ଦେଖାଅ ଅଭିଯାନ ଆରମ୍ଭ କରାଯାଇଛି। ଏକ ସାମ୍ବାଦିକ ସମ୍ମିଳନୀ କରି ଆପ୍ ନେତା ଆତିଶୀ ଏହି ଅଭିଯାନ ଆରମ୍ଭ କରିଛନ୍ତି। ଆତିଶୀ କହିଛନ୍ତି ଯେ, ଆଜିଠାରୁ ଆମେ ଏକ ଅଭିଯାନ ଆରମ୍ଭ କରୁଛୁ। ଏହି ଅଭିଯାନରେ ଆପ୍ ନେତାମାନେ ପ୍ରତ୍ୟେକ ଦିନ ସେମାନଙ୍କର ଡିଗ୍ରୀ ସମସ୍ତଙ୍କ ସମ୍ମୁଖରେ ରଖିବେ ଏବଂ ଦେଖାଇବେ। ମୋର ଡିୟୁରୁ ବିଏ ଡିଗ୍ରୀ, ଅକ୍ସଫୋର୍ଡରୁ ଦୁଇଟି ମାଷ୍ଟର ଡିଗ୍ରୀ ଅଛି। ଏ ସମସ୍ତ ପ୍ରମାଣପତ୍ର ଅସଲୀ। ମୁଁ ଆଜି ସମସ୍ତ ନେତାଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ, ସମସ୍ତେ ନିଜ ନିଜର ଡିଗ୍ରୀ ଦେଖାନ୍ତୁ। ବିଶେଷକରି ବିଜେପି ନେତାମାନେ ମଧ୍ୟ ନିଜ ଡିଗ୍ରୀ ଦେଖାନ୍ତୁ।
ସେ କହିଛନ୍ତି, ଧୀରେ ଧୀରେ ଆମ୍ ଆଦମୀ ପାର୍ଟିର ସମସ୍ତ ନେତା ନିଜର ଡିଗ୍ରୀ ଦେଖାଇବେ, ଆମେ ବିଜେପିକୁ ମଧ୍ୟ ନିବେଦନ କରିବୁ ସେମାନେ ନିଜ ଡିଗ୍ରୀ ଦେଖାଇବେ। ଏଠାରେ ଉଲ୍ଲେଖଯୋଗ୍ୟ, ଆତିଶୀ ଅରବିନ୍ଦ କେଜ୍ରିୱାଲ ସରକାରରେ ଶିକ୍ଷା ମନ୍ତ୍ରୀ ଅଛନ୍ତି।



