ପ୍ରଜ୍ଞାନନ୍ଦଙ୍କ ପିତା-ମାତାଙ୍କୁ କାର୍ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ନୂଆଦିଲ୍ଲୀ : ସବୁଠାରୁ କମ୍ ବୟସ୍କ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍ ପ୍ରଜ୍ଞାନନ୍ଦ ମଙ୍ଗଳବାର ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନିଜ ମାତା-ପିତାଙ୍କୁ ଇଲେକ୍ଟ୍ରିକ୍ କାର୍ ଉପହାର ଦେବା ନେଇ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରାଙ୍କୁ ଧନ୍ୟବାଦ ଦେଇଛନ୍ତି । ଆନନ୍ଦ ମହିନ୍ଦ୍ରା ନିଜର ଏକ ପୁରୁଣା ପୋଷ୍ଟରେ କହିଥିଲେ କି ସେ ପ୍ୟାରେଣ୍ଟ୍ସଙ୍କୁ ନିଜ ପିଲାଙ୍କୁ ଚେସ୍ ସହିତ ପରିଚିତ କରିବାକୁ ନେଇ ପ୍ରୋତ୍ସାହିତ କରିବାକୁ ଚାହୁଁଛନ୍ତି । ସେ ପ୍ରଜ୍ଞାନନ୍ଦଙ୍କ ପିତା-ମାତା ନାଗଲକ୍ଷ୍ମୀ ଏବଂ ରମେଶବାବୁଙ୍କୁ ଏକ ଏକ୍ସୟୁଭି ୪୦୦ ଇଭି ଉପହାର ଦେବାକୁ ଚାହୁଁଛନ୍ତି ବୋଲି ଦର୍ଶାଇଥିଲେ ।

୧୬ ଜାନୁୟାରୀରେ ଡିଙ୍ଗ୍ ଲିରେନଙ୍କୁ ହରାଇବା ପରେ ପ୍ରଜ୍ଞାନନ୍ଦଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିଥିଲା । ସେ ନିଜର ଏକ ବଡ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଏକ୍ସରେ ନିଜ ପୋଷ୍ଟରେ ଲେଖିଛନ୍ତି କି ‘ଏକ୍ସୟୁଭି ୪୦୦ ମିଳିଲା । ମୋ ପିତା-ମାତା ବହୁତ ଖୁସି । ଆନନ୍ଦ ମହିନ୍ଦ୍ରା ସାର୍, ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ।’ ଅନଲାଇନରେ ଏହି ପୋଷ୍ଟ କରାଯିବା ପରେ ପ୍ରଜ୍ଞାନନ୍ଦଙ୍କ ପୋଷ୍ଟକୁ ୫୫ ହଜାରରୁ ଅଧିକ ଲୋକ ଦେଖିସାରିଲେଣି । ଅନେକ ଲୋକ ତାଙ୍କ ପୋଷ୍ଟରେ କମେଣ୍ଟ କରିଛନ୍ତି । ସମସ୍ତେ ତାଙ୍କୁ ପ୍ରଶଂସା କରୁଛନ୍ତି ।

Comments are closed.