ରାଷ୍ଟ୍ରପତି ପ୍ରଦାନ କଲେ ୬୫ ତମ ରାଷ୍ଟ୍ରୀୟ ପୁରସ୍କାର

0

ନୂଆଦିଲ୍ଳୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ  ୬୫ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି । ବିଜ୍ଞାନ ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ସମାରୋହରେ ଏହି ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଭାରତୀୟ ଚଳଚ୍ଚିତ୍ର ଜଗତକୁ ଜୀବନବ୍ୟାପୀ ଅବଦାନ ପାଇଁ ବିନୋଦ ଖାନ୍ନାଙ୍କୁ  ଭାରତୀୟ ଚଳଚ୍ଚିତ୍ର ଜଗତର ସର୍ବୋଚ୍ଚ  ସମ୍ମାନ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି । ମରଣୋତ୍ତର ଭାବେ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଅକ୍ଷୟ ଖାନ୍ନା​ ଏହି ପୁରସ୍କାର ଗ୍ରହଣ କରିଥିଲେ । ସେହିପରି ଶ୍ରୀଦେବୀଙ୍କୁ ’ମମ୍’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ସମ୍ମାନିତ କରାଯାଇଛି । ଶ୍ରୀଦେବୀଙ୍କ ସ୍ବାମୀ ବୋନି କପୁର ଓ ତାଙ୍କ ୨ଝିଅ ପୁରସ୍କାର ଗ୍ରହଣ କରିଥିଲେ।

ବଙ୍ଗଳା ଚଳଚ୍ଚିତ୍ର ‘ନଗର କୀର୍ତ୍ତନ’ ପାଇଁ ରିଦ୍ଧି ସେନଙ୍କୁ  ଶ୍ରେଷ୍ଠ ଅଭିନେତା ଭାବେ ପୁରସ୍କାର ପ୍ରଦାନ କରାଯାଇଛି।

ମାଲାୟାଲାମ୍ ଫିଲ୍ମ ‘ଭୟାନକମ୍’ ପାଇଁ ଜୟରାଜଙ୍କୁ ଶ୍ରେଷ୍ଠ ନିର୍ଦେଶକ ଓ ‘ନ୍ୟୁଟନ୍’କୁ ଶ୍ରେଷ୍ଠ ହିନ୍ଦି ଚଳଚ୍ଚିତ୍ର ଭାବେ ପୁରସ୍କୃତ କରାଯାଇଛି। ପ୍ରଥମ ଥର ପାଇଁ କୌଣସି ଚଳଚ୍ଚିତ୍ରର କାହାଣୀ ପାଇଁ ପୁସ୍ତକକୁ ପୁରସ୍କୃତ କରାଯାଇଛି।  ମଣିପୁରୀ ଫିଲ୍ମକୁ ଏହି ପୁରସ୍କାର ମିଳିଛି। ସର୍ବଶ୍ରେଷ୍ଠ ଲୋକପ୍ରିୟ ଚଳଚ୍ଚିତ୍ର ଭାବେ ବାହୁବଳୀ -୨କୁ ପୁରସ୍କାର ପ୍ରଦାନ କରାଯାଇଛି ।   ଓଡ଼ିଆ ଚଳଚ୍ଚିତ୍ର ‘ହ୍ୟାଲୋ ଆରସି’ ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଛି। ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ମଧ୍ୟ ରାଷ୍ଟ୍ରୀୟ ପୁରସ୍କାର ପ୍ରଦାନ କରାଯାଇଛି।

ଅନ୍ୟାନ୍ୟ  ବର୍ଗରେ ପୁରସ୍କୃତ ଚଳଚ୍ଚିତ୍ର ଓ କଳାକାରଙ୍କ ତାଲିକା :

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର(ଜାତୀୟ ସଂହତି): ଧାପ୍ପା(ମରାଠୀ)

ସର୍ବଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର: ଲଦାଖ୍

ସର୍ବଶ୍ରେଷ୍ଠ ମରାଠୀ ଚଳଚ୍ଚିତ୍ର: କଚ୍ଚା ନିମ୍ବୁ

ସର୍ବଶ୍ରେଷ୍ଠ ମାଲାୟାଲାମ୍ ଚଳଚ୍ଚିତ୍ର: ଥୋଣ୍ଡିମୁଥାଲୁମ୍ ଦ୍ରିକ୍ସାକ୍ଷୁମ୍

ସର୍ବଶ୍ରେଷ୍ଠ ବଙ୍ଗଳା ଚଳଚ୍ଚିତ୍ର: ମୟୂରାକ୍ଷୀ

ସର୍ବଶ୍ରେଷ୍ଠ ଅସମିଆ ଚଳଚ୍ଚିତ୍ର: ଇସ୍ୟୁ

ସର୍ବଶ୍ରେଷ୍ଠ ତାମିଲ୍ ଚଳଚ୍ଚିତ୍ର: ଟୁ ଲେଟ୍

ସର୍ବଶ୍ରେଷ୍ଠ ତେଲୁଗୁ ଚଳଚ୍ଚିତ୍ର: ଗାଜି

ସର୍ବଶ୍ରେଷ୍ଠ ଗୁଜରାଟୀ ଚଳଚ୍ଚିତ୍ର: ଡିଏଚ୍ଏଚ୍

ସର୍ବଶ୍ରେଷ୍ଠ ଆକ୍ସନ୍ ନିର୍ଦେଶନା: ବାହୁବଳୀ ୨

ସର୍ବଶ୍ରେଷ୍ଠ ନୃତ୍ୟ ସଂଯୋଜନା: ଗଣେଶ ଆଚାର୍ଯ୍ୟ(ଟଏଲେଟ୍ ଏକ୍ ପ୍ରେମ୍ କଥା)

ସର୍ବଶ୍ରେଷ୍ଠ ସ୍ପେଶାଲ୍ ଆଫେକ୍ଟ: ବାହୁବଳୀ ୨

ସର୍ବଶ୍ରେଷ୍ଠ ଜୁରୀ ଆୱାର୍ଡ: ନଗର କୀର୍ତ୍ତନ(ବଙ୍ଗଳା)

ସର୍ବଶ୍ରେଷ୍ଠ ଗୀତ: ମୁଥୁ ରତ୍ନା(କନ୍ନଡ଼ ଫିଲ୍ମ – ମାର୍ଚ୍ଚ ୨୨)

ସର୍ବଶ୍ରେଷ୍ଠ ସଂଗୀତ: ଏ ଆର ରେହେମାନ୍(କାତ୍ରୁ ଭେଲିଇଦାୟୀ)

ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ସଂଗୀତ: ଏ ଆର ରେହେମାନ୍(ମମ୍)

ସର୍ବଶ୍ରେଷ୍ଠ ରୂପସଜ୍ଜା: ରାମ୍ ରଜକ୍(ନଗର କୀର୍ତ୍ତନ)

ସର୍ବଶ୍ରେଷ୍ଠ ଅଳଂକରଣ: ସନ୍ତୋଷ ରାଜନ(ମାଲାୟାଲାମ୍)

ସର୍ବଶ୍ରେଷ୍ଠ ସମ୍ପାଦନା: ରୀମା ଦାସ

ସର୍ବଶ୍ରେଷ୍ଠ ଚିତ୍ରନାଟ୍ୟ: ଥୋଣ୍ଡିମୁଥାଲୁମ୍ ଦ୍ରିକ୍ସାକ୍ଷୁମ୍

ସର୍ବଶ୍ରେଷ୍ଠ ଚିତ୍ରନାଟ୍ୟ(ଆନୀତ): ଭୟାନକମ୍

ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟିକା: ଶଶା ତିରୁପତି(ଭାନ୍ ଭାରୁଭାନ୍)

ସର୍ବଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକ: ୟେଶୁଦାସ

ସର୍ବଶ୍ରେଷ୍ଠ ସହ ଅଭିନେତ୍ରୀ: ଦିବ୍ୟା ଦତ୍ତା(ଇରାଦା- ହିନ୍ଦୀ)

ସର୍ବଶ୍ରେଷ୍ଠ ସହ ଅଭିନେତା: ଫାହାଦ୍ ଫାଜିଲ୍

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର କ୍ରିଟିକ୍: ଗିରିଧର ଝା

ଚଳଚ୍ଚିତ୍ର କ୍ରିଟିକ୍ ସ୍ୱତନ୍ତ୍ର: ସୁନୀଲ୍ ମିଶ୍ର

ସର୍ବଶ୍ରେଷ୍ଠ ଅଣହିନ୍ଦି ଫିଚର ଫିଲ୍ମ: ଭିଲେଜ୍ ରକ୍ଷ୍ଟାର

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର (ସାମାଜିକ ଧର୍ମୀ): ଆଲୋରୁକମ୍

ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର (ପରିବେଶଧର୍ମୀ): ଇରାଦା

ସର୍ବଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର: ମୋର୍କ୍ଷ୍ୟ

ସର୍ବଶ୍ରେଷ୍ଠ ଶିଶୁ କଳାକାର: ଭାନିତା ଦାସ୍(ଭିଲେଜ୍ ରକ୍ଷ୍ଟାର)

ସ୍ୱତନ୍ତ୍ର ଜୁରୀ ଆୱାର୍ଡ: ନଗର କୀର୍ତ୍ତନ

ସର୍ବଶ୍ରେଷ୍ଠ ଲଦାଖ୍ ଚଳଚ୍ଚିତ୍ର: ୱାକିଂ ୱିଥ୍ ଦି ୱାଇଣ୍ଡ

 

Leave A Reply