ଟେଷ୍ଟ କ୍ରିକେଟ୍ରେ ଭାରତ ପାଇଁ ବିଫଳତାର ବର୍ଷ
ମେଲ୍ବୋର୍ଣ୍ଣ,: ୨୦୨୪ ଭାରତ ପାଇଁ ଟେଷ୍ଟ କ୍ରିକେଟ୍ରେ ଅନ୍ୟତମ ବିଫଳତାର ବର୍ଷ ପ୍ରମାଣିତ ହୋଇଛି। ଏହି ବର୍ଷ ଭାରତ ୫ଟି ଟେଷ୍ଟମ୍ୟାଚ୍ ହାରିଛି। ସଚିନ ତେନ୍ଦୁଲକରଙ୍କ ପରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ଏକ ବର୍ଷରେ ୫ଟି ଟେଷ୍ଟମ୍ୟାଚ୍ରେ ପରାସ୍ତ ହୋଇଛି। ଏହି ବର୍ଷ ଭାରତ ୬ଟି ଟେଷ୍ଟ ଇନିଂସରେ ୧୬୦ରୁ କମ୍ ରନ୍ରେ ଅଲ୍ଆଉଟ୍ ହୋଇଛି। ୧୯୫୨ ଓ ୧୯୫୯ରେ ଭାରତ ଏହି ଦୁର୍ଦ୍ଦଶା ଭୋଗିଥିଲା। ୨୦୧୪-୧୫ରେ ଶେଷଥର ଭାରତ ବିପକ୍ଷ ଟେଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧ରୁ ଅଧିକ ଟେଷ୍ଟମ୍ୟାଚ୍ ଜିତିଥିଲା।
ଏହାପରେ ଭାରତଠାରୁ କ୍ରମାଗତ ୪ଟି ଟେଷ୍ଟ ଶୃଙ୍ଖଳା ଅଷ୍ଟ୍ରେଲିଆ ହାରିଛି। ଚଳିତ ସିଜିନ୍ରେ ରୋହିତ ଶର୍ମା ୮ଟି ଟେଷ୍ଟମ୍ୟାଚ୍ର ୧୫ଟି ଇନିଂସରେ ୧୦.୯୩ ଆଭ୍ରେରେ ରନ୍ କରିଛନ୍ତି। ଶୀର୍ଷ ୭ନଂ ସ୍ଥାନରେ ଥିବା ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ବିଶ୍ବରେ ଏହା ସର୍ବନିମ୍ନ। ଏହି ୧୫ଟି ଇନିଂସରୁ ରୋହିତ ୧୦ଟି ଇନିଂସରେ ଦୁଇଅଙ୍କ ସ୍କୋର୍ କରି ପାରିନାହାନ୍ତି। ୨୦୨୪ରେ ଯଶପ୍ରୀତ ବୁମ୍ରା ୱିକେଟ୍ ପିଛା ମାତ୍ର ୧୪.୯୨ ରନ୍ ବ୍ୟୟ କରିଛନ୍ତି। ୨୦୨୪ରେ ଯଶସ୍ବୀ ଜୟସୱାଲ ୧୪୭୮ ରନ୍ କରିଛନ୍ତି। ଭାରତୀୟ ଟେଷ୍ଟ କ୍ରିକେଟ୍ ଇତିହାସରେ ୨୦୧୦ରେ ସଚିନ ତେନ୍ଦୁଲକରଙ୍କ ପରେ ଏକ ବର୍ଷରେ ଏହା ୨ୟ ସର୍ବାଧିକ ରନ୍।
Comments are closed.