www.samajalive.in
Monday, November 17, 2025
17.1 C
Bhubaneswar

ସମସ୍ତ ପାକ୍‌ସ ହେବ କମ୍ପୁଟରୀକରଣ: ଜାତୀୟ ସମବାୟ ଡାଟା ବେସ୍; ନୀତି ଏବଂ ଷ୍ଟାକ୍ ସହ ହେବ ସଂଯୋଗ

  • ସମବାୟ ସମିତିର ସଶକ୍ତିକରଣ ପାଇଁ ଦୁଇ ଦିନିଆ ଜାତୀୟସ୍ତରୀୟ ସମୀକ୍ଷା ବୈଠକ
  • ଯୋଗ ଦେବେ ସମସ୍ତ ୨୮ ରାଜ୍ୟ, ୪ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରତିନିଧି
  • ୨ ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି, ପ୍ରାଥମିକ ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମବାୟ ସମିତି ଗଠନ ଉପରେ ହେବ ବିଚାର ବିମର୍ଷ
  • ସମବାୟ ମଧ୍ୟରେ ସହଭାଗିତାକୁ ସୁଦୃଢ କରିବା ପାଇଁ ହେବ ମାନସ ମନ୍ଥନ

ଭୁବନେଶ୍ୱର: ସମବାୟ ସମିତିର ସଶକ୍ତିକରଣ ପାଇଁ ଦୁଇ ଦିନିଆ ଜାତୀୟସ୍ତରୀୟ ସମୀକ୍ଷା ବୈଠକ ଆସନ୍ତକାଲିଠାରୁ ମେ ଫେୟାର ହୋଟେଲର କ୍ରିଷ୍ଟାଲ୍ କନ୍‌ଭେନ୍‌ସନ୍ ହଲ୍‌ଠାରେ ଆରମ୍ଭ ହେବ। ଭାରତ ସରକାରଙ୍କ ସମବାୟ ମନ୍ତ୍ରାଳୟର ଶାସନ ସଚିବ ତଥା ମୁଖ୍ୟ ଅତିଥି ଆଶିଷ ଭୁଟାନୀ ଏବଂ ଓଡ଼ିଶାର ମୁଖ୍ୟ ଶାସନ ସଚିବ ତଥା ସମ୍ମାନନୀୟ ଅତିଥି ମନୋଜ ଆହୁଜା ଏହାର ଶୁଭ ଉଦ୍‌ଘାଟନ କରିବେ। ଏହି ଅବସରରେ ବୟନିକା-ଉତ୍କଳିକା-ସେରିଫେଡ୍ (ଅମ୍ଲାନ୍‌) ପକ୍ଷରୁ ଏକ ପ୍ରଦର୍ଶନୀ କାର୍ଯ୍ୟକ୍ରମ ମେ ଫେୟାର ହୋଟେଲ୍‌ର କ୍ୟାମେଲିଆ ହଲ୍‌ଠାରେ ଆୟୋଜନ କରାଯିବ। ଏହି ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମରେ ସମସ୍ତ ୨୮ଟି ରାଜ୍ୟ ଓ ୪ଟି କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ଯୋଗଦେବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଓ ମାନନୀୟ ଗୃହ ଏବଂ ସମବାୟ ମନ୍ତ୍ରୀ ଅମିତ୍ ଶାହଙ୍କ ମାର୍ଗଦର୍ଶନ ଅନୁଯାୟୀ, ସମବାୟ ସମିତିଗୁଡିକର ସଶକ୍ତିକରଣ ପାଇଁ ମାନସମନ୍ଥନ ହେବ।

ଏହି ଅବସରରେ ଦେଶରେ ୨ ଲକ୍ଷ ନୂତନ ଆଦର୍ଶ ପ୍ରାଥମିକ କୃଷି ସମବାୟ ସମିତି, ପ୍ରାଥମିକ ଦୁଗ୍ଧ ଉତ୍ପାଦନ ଏବଂ ମତ୍ସ୍ୟ ସମବାୟ ସମିତି ଗଠନ ଉପରେ ଆଲୋଚନା କରାଯିବ । ଶ୍ଵେତ ବିପ୍ଲବ ୨.୦ ବିଷୟରେ ଏକ ଅନଲାଇନ ଉପସ୍ଥାପନା ପ୍ରଦାନ କରାଯିବ । ସାଧାରଣ ଲୋକଙ୍କ ନିକଟରେ ଉନ୍ନତମାନର ସେବା ପହଂଚାଇବା ପାଇଁ ପ୍ରାଥମିକ କୃଷି ସମବାୟ ସମିତିର ସଶକ୍ତିକରଣକୁ ପ୍ରାଧାନ୍ୟ ଦିଆଯିବ ।

- Advertisement -

ପାକ୍‌ସକୁ ଅଧିକ ସଶକ୍ତ କରିବା ପାଇଁ କ୍ଷୀର, ମାଛ, ଗୋଦାମ, ସୁଲଭ ମୂଲ୍ୟ ଦୋକାନ, ଔଷଧ ଦୋକାନ, ପେଟ୍ରୋଲ ପମ୍ପ, ଏଲପିଜି ଗ୍ୟାସ ସିଲିଣ୍ଡର, ପାଣି ବଣ୍ଟନଆଦିକାର୍ଯ୍ୟସହ ସଂଯୋଗ କରାଯିବାର ପ୍ରସ୍ତାବ ରହିଛି । ତ୍ରିସ୍ତରୀୟ ସମବାୟ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରତି ପଞ୍ଚାୟତରେ ଗଠିତ ପାକ୍‌ସ କାମ କରିବ । କେନ୍ଦ୍ର ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରାଥମିକ କୃଷି ସମବାୟ ସମିତି ସୁଦୃଢ ହେଲେ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କଗୁଡ଼ିକ ସୁଦୃଢ ହେବା ସଙ୍ଗେ ସଙ୍ଗେ ରାଜ୍ୟ ସମବାୟ ବ୍ୟାଙ୍କ ମଧ୍ୟ ସୁଦୃଢ ହେବ । ତେଣୁ ସମୀକ୍ଷା ବୈଠକରେ ସମସ୍ତ ରାଜ୍ୟ ଓ କାର୍ଯ୍ୟକାରୀସଂସ୍ଥାମାନଙ୍କର ମତାମତ ନିଆଯାଇ ଏହି ବାବଦରେ କାର୍ଯ୍ୟଖସଡା ପ୍ରସ୍ତୁତ କରାଯିବ ।

ପ୍ରାଥମିକ କୃଷି ସମବାୟ ସମିତିଗୁଡିକର କମ୍ପୁଟରୀକରଣ କରି ଜାତୀୟ ସମବାୟ ଡାଟା ବେସ୍, ଜାତୀୟ ସମବାୟ ନୀତି ଏବଂ ସମବାୟ ଷ୍ଟାକ୍ ସହିତ ଲିଙ୍କ କରିବା ଦିଗରେ ଆଲୋଚନା ହେବ ।ଭାରତସରକାରଙ୍କର ବିଭିନ୍ନ ପ୍ରୟାସ ଗୁଡ଼ିକ ସହିତ ସମନ୍ୱୟ ରକ୍ଷା କରି ପ୍ରାଥମିକ କୃଷି ସମବାୟ ସମିତିଗୁଡିକୁସୁଦୃଢୀକରଣ କରିବା ନିମନ୍ତେ ପରାମର୍ଶ ନିଆଯିବ।“ସମବାୟ ମଧ୍ୟରେ ସହଭାଗିତା”କୁ ସୁଦୃଢ କରିବା ପାଇଁ ଜାତୀୟ ସମବାୟ ଏକ୍ସପୋର୍ଟସ୍ ଲିମିଟେଡ୍,ଜାତୀୟ ସମବାୟ ଅର୍ଗାନିକସ୍ ଲିମିଟେଡ୍, ଭାରତୀୟ ବୀଜ ସମବାୟ ସମିତି ଲିମିଟେଡ୍, ଜାତୀୟ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଓ ଜାତୀୟ ସମବାୟ ଉପଭୋକ୍ତା ସଂଘ ଲିମିଟେଡଙ୍କର ଭୂମିକା ବିଷୟରେ ବିସ୍ତୃତ ଆଲୋଚନା କରାଯିବ। ସମବାୟ ଶିକ୍ଷା ଓ ସାମାଜିକ ଗଣମାଧ୍ୟମର ଏହାର ପ୍ରଚାର ପ୍ରସାର ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

Hot this week

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

ଶ୍ଵେତାପର୍ଣ୍ଣାଙ୍କୁ ଏକଲବ୍ୟ ପୁରସ୍କାର

ସମାଜଲାଇଭ ଡେସ୍କ: ବ୍ୟାଡମିଣ୍ଟନ ତାରକା ଶ୍ଵେତାପର୍ଣ୍ଣା ପଣ୍ଡାଙ୍କୁ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ...

ଭାରସାମ୍ୟ ହରାଇ ଗଛ ପିଟିହେଲା କାର, ୪ ଗୁରୁତର

ଆରଡି: ଆଖଣ୍ଡଳମଣି-ଭଦ୍ରକ ମୁଖ୍ୟରାସ୍ତା ୩୫ ନମ୍ଵର ରାଜ୍ୟ ରାଜପଥର ଆରଡି ଫାଣ୍ଡି...

ଦିଲ୍ଲୀ ବିସ୍ଫୋରଣ: ଆଇ-୨୦ କାର ମାଲିକ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ...

Related Articles

Popular Categories