BJD Bijuli 480×75 Mob

କମିଲା ଏଲ୍‍ପିଜି ସିଲିଣ୍ଡର ଦର

BJD Bijuli 480×75 Mob
0

ନୂଆଦିଲ୍ଲୀ  : ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ ତୈଳ ମାର୍କେଟିଂ କମ୍ପାନୀଗୁଡିକ ସୋମବାର ଉଭୟ ଅଣ-ରିଆତି ଏବଂ ରିଆତି ଏଲ୍‍ପିଜି ସିଲିଣ୍ଡର ମୂଲ୍ୟରେ ହ୍ରାସ ଘଟାଇଛନ୍ତି। ଏହି ଅନୁଯାୟୀ, ଅଣ-ରିଆତି ସିଲିଣ୍ଡର ପିଛା ମୂଲ୍ୟରେ ୩୫ ଟଙ୍କା ୫୦ ପଇସା ହ୍ରାସ ଘଟିଥିବାବେଳେ ରିଆତି ସିଲିଣ୍ଡର ମୂଲ୍ୟରେ ୧ଟଙ୍କା ୭୪ ପଇସା ହ୍ରାସ ହୋଇଛି। ଏହି ହ୍ରାସ ପରେ ରାଜଧାନୀ ଦିଲ୍ଲୀରେ ଅଣ-ରିଆତି ଏଲ୍‍ପିଜି ସିଲିଣ୍ଡର (୧୪.୨କେଜି) ମୂଲ୍ୟ ୬୫୩ ଟଙ୍କା ୫୦ ପଇସା ହୋଇଛି।
ପୂର୍ବରୁ ଏହା ସିଲିଣ୍ଡର ପିଛା ୬୮୯ ଟଙ୍କା ରହିଥିଲା। ତେବେ ଏହି ଅଣ-ରିଆତି ସିଲିଣ୍ଡର ମୂଲ୍ୟ କଲକାତାରେ ୬୭୬ ଟଙ୍କା, ମୁମ୍ବଇରେ ୬୨୫ ଟଙ୍କା ଏବଂ ଚେନ୍ନଇରେ ୬୬୩ ଟଙ୍କା ୫୦ ପଇସାରେ ପହଞ୍ଚିଛି। ସେହିଭଳି ରିଆତି ସିଲିଣ୍ଡର ମୂଲ୍ୟରେ ୧ଟଙ୍କା ୭୪ ପଇସା ହ୍ରାସ ଘଟି ୪୯୧.୩୫ ପଇସା ହୋଇଛି। ଦିଲ୍ଲୀରେ ବିମାନ ଟର୍ବାଇନ୍‍ ଇନ୍ଧନ (ଏଟିଏଫ୍‍) ମୂଲ୍ୟରେ କିଲୋଲିଟର ପିଛା ୨୩୧ ଟଙ୍କା ହ୍ରାସ ଘଟି ୬୧,୪୫୦ ଟଙ୍କା ହୋଇଛି।

Leave A Reply