ପଠାନକୋର୍ଟରେ ହେବ କାଠୁଆ ମାମଲାର ଶୁଣାଣି : ସୁପ୍ରିମ କୋର୍ଟ

0

ନୂଆଦିଲ୍ଲୀ: କାଠୁଆ ଗଣବଳାତ୍କାର ମାମଲାର ନିରପେକ୍ଷ ଶୁଣାଣି ଦାବୀରେ ସୁପ୍ରିମ କୋର୍ଟରେ ହୋଇଥିବା ମାମଲାରେ ଆଜି କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। କାଠୁଆ ଗଣବଳାତ୍କାର ମାମଲାର ଶୁଣାଣି ପଞ୍ଜାବ ପଠାନକୋର୍ଟରେ କରିବାକୁ ସୁପ୍ରିମ କୋର୍ଟ ନିର୍ଦେଶ ଦେଇଛି। ଅପରପକ୍ଷରେ ପଠାନକୋର୍ଟରେ ଏହି ମାମଲାର ଶୁଣାଣି ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ସୁରକ୍ଷା ଯୋଗାଇ ଦେବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ପ୍ରତିଶ୍ରୁତି ଦେଇଛନ୍ତି। ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟରେ ଶୁଣାଣି କରିବାକୁ ସୁପ୍ରିମ କୋର୍ଟ ରାୟରେ ନିର୍ଦେଶ ଦେଇଛନ୍ତି। ଏହା ବ୍ୟତୀତ ପୀଡ଼ିତାଙ୍କ ପରିବାରବର୍ଗ, ସାକ୍ଷୀ ଓ ସେମାନଙ୍କ ଓକିଲଙ୍କୁ ମଧ୍ୟ ସୁରକ୍ଷା ଯୋଗାଇ ଦେବାକୁ କୋର୍ଟ ନିର୍ଦେଶ ଦେଇଛି। ପୀଡ଼ିତାଙ୍କ ପରିବାରବର୍ଗ ମାମଲାକୁ ରାଜ୍ୟ ବାହାରକୁ ସ୍ଥାନାନ୍ତର ପାଇଁ ଆବେଦନ କରୁଥିବାବେଳେ ଜମ୍ମୁ କାଶ୍ମୀର ସରକାର ସ୍ଥାନୀୟ କୋର୍ଟରେ ଶୁଣାଣି ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଉକ୍ତ ମାମଲାର ସିବିଆଇ ତଦନ୍ତ ପାଇଁ ଜମ୍ମୁ ଜନସାଧାରଣ ଦାବୀ ଉପସ୍ଥାପନ କରିଥିବାବେଳେ ବାର କାଉନସିଲ ଅଫ ଇଣ୍ଡିଆ ମଧ୍ୟ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ମାମଲା ହସ୍ତାନ୍ତର କରିବାକୁ ଦାବୀ କରିଥିଲେ। ଏହା ବ୍ୟତୀତ ଏହି ମାମଲାରେ ପ୍ରମୁଖ ୨ ଅଭିଯୁକ୍ତ ମଧ୍ୟ ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦେବାକୁ ଆବେଦନ କରିଥିଲେ। ତେବେ ସିବିଆଇ ତଦନ୍ତ ଆବେଦନରେ କୌଣସି ରାୟ ଦେଇ ନାହାନ୍ତି।

Leave A Reply