ସିଜେଆଇଙ୍କ ବିରୋଧରେ ମହାଅଭିଯୋଗ ପ୍ରସଙ୍ଗ: ସୁପ୍ରିମ କୋର୍ଟର ଦ୍ୱାରସ୍ତ ହେଲେ ଦୁଇ ସାଂସଦ

0

ନୂଆଦିଲ୍ଲୀ: ସିଜେଆଇ ଦୀପକ ମିଶ୍ରଙ୍କ ବିରୋଧରେ ଅଣାଯାଇଥିବା ମହାଅଭିଯୋଗ ପ୍ରସଙ୍ଗରେ ରଜ୍ୟସଭା ଅଧ୍ୟକ୍ଷଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମ କୋର୍ଟର ଦ୍ୱରସ୍ତ ହୋଇଛନ୍ତି ରାଜ୍ୟସଭାର ୨ ସାଂସଦ। ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ବେଙ୍କୟା ନାଇଡ଼ୁଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି କଂଗ୍ରେସ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ସିବଲ ଓ ଅନ୍ୟାନ୍ୟ ଆଇନଜୀବୀ ଜଷ୍ଟିସ ଚେଲମେଶ୍ୱରଙ୍କ କୋର୍ଟରେ ଆବେଦନ କରିଛନ୍ତି।
ମାମଲାଟି ନମ୍ବର ନ ହୋଇ ପାରିଲେ ଏହା ସିଜେଏମଙ୍କ କୋର୍ଟକୁ ଶୁଣାଣି ପାଇଁ ଯିବାର ସମ୍ଭାବନା ରହିଛି ବୋଲି କପିଲ ସିବଲ ଓ ପ୍ରଶାନ୍ତ ଭୂଷଣଙ୍କୁ ଜଷ୍ଟିସ ଚେଲମେଶ୍ୱର ପ୍ରକାଶ କରିଛନ୍ତି। ଅପରପକ୍ଷରେ ଏହି ମାମଲା ପରିଚାଳନା ଦାୟିତ୍ୱରେ ଥିବା ଆଇନଜୀବୀ ଏଭଳି ପ୍ରକ୍ରିୟାକୁ ବିରୋଧ କରିଛନ୍ତି। ସିଜେଆଇଙ୍କ ବିରୋଧରେ ଥିବା ମାମଲା ସିଜେଆଇଙ୍କ କୋର୍ଟରେ ଶୁଣାଣି ହେବ କିପରି ବୋଲି ସେମାନେ ପାଲଟା ପ୍ରଶ୍ନ କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ୭ଟି ରାଜନୈତିକ ଦଳ ପକ୍ଷରୁ ସିଜେଆଇଙ୍କ ବିରୋଧରେ ମହା ଅଭିଯୋଗ ପତ୍ର ପ୍ରଦାନ କରିଥିବାବେଳେ ଉପରାଷ୍ଟ୍ରପତି ଏହାକୁ ଖାରଜ କରି ଦେଇଥିଲେ।

Leave A Reply