www.samajalive.in
Monday, December 15, 2025
24.1 C
Bhubaneswar

ତୃଣମୂଳ କଂଗ୍ରେସ ଛାଡ଼ିଲେ ବାଇଚୁଙ୍ଗ୍‌
ନୂଆଦିଲ୍ଲୀ : ଭାରତୀୟ ଫୁଟବଲ ଦଳର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୁଟିଆ ରାଜନୈତିକ ଦଳ ତୃଣମୂଳ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ଘୋଷଣା କରି ବାଇଚୁଙ୍ଗ କହିଥିଲେ ତୃଣମୂଳ କଂଗ୍ରେସ ଦଳର ସମସ୍ତ ରାଜନ÷ତିକ ପଦରୁ ଇସ୍ତଫା ଦେବା ସହ ସଦସ୍ୟତାରୁ ମଧ୍ୟ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ତୃଣମୂଳ କଂଗ୍ରେସର ନେତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ପଠାଇ ଦେଇଛନ୍ତି। ତେବେ କ’ଣ ପାଇଁ ଦଳ ତ୍ୟାଗ କଲେ ସେ ସଂପର୍କରେ କୌଣସି ସୂଚନା ଦେଇନାହାନ୍ତି। ସୂଚନାଥାଉକି ୨୦୧୩ରେ ବାଇଚୁଙ୍ଗ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ। ଦଳରେ ଯୋଗ ଦେବା ସମୟରେ ସେ କହିଥିଲେ ବ୍ୟବସ୍ଥାକୁ ସମାଲୋଚନା କରିବା ପରିବର୍ତ୍ତେ ରାଜନୈତିକ ଦଳରେ ସାମିଲ ହୋଇ ସେ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚାହାନ୍ତି। ସେ ତୃଣମୂଳ କଂଗ୍ରେସ ପକ୍ଷରୁ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ପରାଜିତ ହୋଇଥିଲେ। ସିକ୍କିମର ମୂଳବାସିନ୍ଦା ବାଇଚୁଙ୍ଗ କଲକାତାର ପ୍ରଖ୍ୟାତ ଦଳ ମୋହନ୍‌ ବାଗଳନ ଓ ଇଷ୍ଟ ବେଙ୍ଗଲ୍‌ କ୍ଲବ ତରଫରୁ ବହୁବର୍ଷ ଧରି ଫୁଟବଲ ଖେଳିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories