www.samajalive.in
Monday, December 15, 2025
17.1 C
Bhubaneswar

ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ

ଭୁବନେଶ୍ୱର : କାଉନ୍‌ସିଲ୍‌ ଫର୍‌ ଦି ଇଣ୍ଡିଆନ୍‌ ସ୍କୁଲ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍‌(ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଅଫ୍‌ ସେକେଣ୍ଡାରୀ ଏଜୁକେସନ୍‌(ଆଇସିଏସ୍‌ଇ) ଦଶମ ଶ୍ରେଣୀ ପରୀକ୍ଷା ସୋମବାରଠାରୁ ଆରମ୍ଭ ହୋଇଛି। ସମଗ୍ର ଦେଶରେ ୧,୯୫,୫୮୩ଜଣ ଛାତ୍ରଛାତ୍ରୀ ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ବେଳେ ଓଡ଼ିଶାରେ ୯୫ଟି ସ୍କୁଲର ପ୍ରାୟ ୬୨୦୦ ଜଣ ପରୀକ୍ଷାର୍ଥୀ ଅଛନ୍ତି। ପରୀକ୍ଷା ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍‌ ଗଠନ କରାଯାଇଥିବାବେଳେ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି। ଆଜି ରାଜଧାନୀରେ ବିଭିନ୍ନ ଆଇସିଏସ୍‌ଇ ପରୀକ୍ଷା କେନ୍ଦ୍ରକୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଅଚାନକ ପରିଦର୍ଶନ କରିଥିଲେ।
ସୋମବାର ଇଂରାଜୀ ଭାଷା ବିଷୟରେ ପରୀକ୍ଷା ହୋଇଥିଲା। ପୂର୍ବାହ୍ନ ୧୦ଟାରୁ ଛାତ୍ରଛାତ୍ରୀ ପରୀକ୍ଷା କେନ୍ଦ୍ରରେ ଲମ୍ବା ଧାଡ଼ି ଲଗାଇଥିଲେ। କଡ଼ା ଯାଞ୍ଚ ପରେ ପୂର୍ବାହ୍ନ ୧୦.୧୫ସୁଦ୍ଧା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ରକୁ ଛଡ଼ା ଯାଇଥିଲା। ପୂର୍ବାହ୍ନ ୧୦.୪୫ରେ ପ୍ରଶ୍ନପତ୍ର ବିତରଣ କରାଯାଇଥିଲା। ପ୍ରଶ୍ନପତ୍ର ପଢ଼ିବା ପାଇଁ୧୫ମିନିଟ୍‌ ଦିଆଯାଇଥିଲା। ପୂର୍ବାହ୍ନ ୧୧ରୁ ଦିନ ୧ଟା ପର୍ଯ୍ୟନ୍ତ ପରୀକ୍ଷାର୍ଥୀ ଉତ୍ତର ଲେଖିଥିଲେ। ପ୍ରଥମ ଦିନ ପରୀକ୍ଷା ଭଲ ହୋଇଛି ଏବଂ ଅନ୍ୟସବୁ ପରୀକ୍ଷା ମଧ୍ୟ ଭଲ ହେବ ବୋଲି ପରୀକ୍ଷା ପରେ ଛାତ୍ରଛାତ୍ରୀ କହିଛନ୍ତି। ପ୍ରଥମ ଦିନ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। କୌଣସି ଛାତ୍ରଛାତ୍ରୀ କପି କରି ଧରାପଡ଼ି ନାହାନ୍ତି। ଆସନ୍ତାକାଲି ଗଣିତ ପରୀକ୍ଷା ଥିବାବେଳେ ମାର୍ଚ୍ଚ ୨୮ ଦଶମ ଶ୍ରେଣୀ ପରୀକ୍ଷା ଚାଲିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories