www.samajalive.in
Sunday, December 14, 2025
26.1 C
Bhubaneswar

ମଙ୍ଗଳବାର ରାଶିଫଳ


ମେଷ: ଅନ୍ୟମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି। କଳହଠାରୁ ଦୂରେଇ ରହିବା ଭଲ। ଉଦାର ସ୍ୱଭାବର ହେବେ। ଦାନଶୀଳ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ। ସୁଖୀ ହେବେ। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ।
ବୃଷ: କାର୍ଯ୍ୟରେ ସଫଳତା ଲାଭ କରିବେ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ମନ ପ୍ରସନ୍ନ ରହିବ। ଆସ୍ତିକ ମନୋବୃତ୍ତିର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ବିଦ୍ୟାର୍ଥୀ ସଫଳତା ଲାଭ କରିବେ।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରିବାରେ ସକ୍ଷମ ହେବେ। ଲୋଭଗ୍ରସ୍ତ ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ମଧୁରଭାଷୀ ଓ ସହନଶୀଳ ହେବେ। ଛାତ୍ର, ଛାତ୍ରୀ ବିଦ୍ୟାପ୍ରେମୀ ହେବେ।
କର୍କଟ: କାର୍ଯ୍ୟ ସିଦ୍ଧି ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରିବେ। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଶକ୍ତିଶାଳୀ ହୋଇପାରନ୍ତି। ଐଶ୍ୱର୍ଯ୍ୟଯୁକ୍ତ ଓ ବ୍ୟବସାୟମୁଖୀ ହେବେ। ବିଦ୍ୟାର୍ଥୀଙ୍କୁ ଶୁଭଫଳ।
ସିଂହ: ନୂତନ ଆୟ ପନ୍ଥା ଖୋଲି ପାରନ୍ତି। ଥଣ୍ଡା କଫରେ ପୀଡ଼ିତ ହେବାର ଆଶଙ୍କା ଅଛି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ରାଜଯୋଗ ପ୍ରାପ୍ତିରେ ସାମାନ୍ୟ ବିଘ୍ନ ଘଟିପାରେ। ଛାତ୍ର, ଛାତ୍ରୀ କୃତକାର୍ଯ୍ୟ ହେବେ।
କନ୍ୟା: ନିଜ ଅଧିକାର ସାବ୍ୟସ୍ତ କରିପାରନ୍ତି। ବିଭାଗୀୟ ସୂତ୍ରରୁ ଆୟ ଆସିପାରେ। ଯଶସ୍ୱୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ରାଜଦ୍ୱାରରେ ସମ୍ମାନିତ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ବିଦ୍ୟାର୍ଥୀଙ୍କୁ ସଫଳତା ମିଳିବ।
ତୁଳା: କର୍ମ ଚଞ୍ଚଳ ରହିବେ। କୁଳଦୀପକ ହୋଇପାରନ୍ତି। ମନରେ ପ୍ରସନ୍ନଭାବ ଉଦ୍ରେକ ହେବ। ଦୟାବାନ ହେବା ଆଶାକରାଯାଏ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିପାରନ୍ତି। ଛାତ୍ର, ଛାତ୍ରୀ ଉତ୍ସାହିତ ହେବେ।
ବିଛା: ମାନସିକ ସ୍ତରରେ ସ୍ଥିରତା ଆସିବ। ସେବା ପୂଜାରେ ମନୋନିବେଶ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଦିନଟି ଭୋଗ ବିଳାସରେ ଅତିବାହିତ ହେବ। ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ବିଦ୍ୟାର୍ଥୀ ଆଶ୍ୱସ୍ତ ହେବେ।
ଧନୁ: ଅସାଧ୍ୟ କାର୍ଯ୍ୟକୁ ସାଧ୍ୟ କରିପାରନ୍ତି। ଅସୁସ୍ଥତା ଅନୁଭବ କରିପାରନ୍ତି। ବିଘ୍ନକାରୀଙ୍କ ଉପରେ ବିରକ୍ତି ଭାବ ଆଣିପାରନ୍ତି। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ୱାଭିମାନୀ ହୋଇପାରନ୍ତି। ବିଦ୍ୟାର୍ଥୀ ସତର୍କ ହୁଅନ୍ତୁ।
ମକର: ହଠାତ୍‌ ଉପୁଜି ଥିବା ସମସ୍ୟାର ସମାଧାନ କରିବାରେ ସଫଳ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସମାଜସେବାରେ ବ୍ରତୀ ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ ହେବେ। ନିଜ ପତ୍ନୀଙ୍କ ଇଙ୍ଗିତରେ ଚଳିବେ।
କୁମ୍ଭ: ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରିବେ। ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି। ଭ୍ରାତୃଭାବ ଅତୁଟ ରଖିବେ। ଚକ୍ଷୁପୀଡ଼ା ଅନୁଭବ କରିପାରନ୍ତି। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ବିଦ୍ୟାର୍ଥୀ ଆଗେଇବେ।
ମୀନ: ଯେଷାକୁ ତେଷା ବ୍ୟବହାର କରିବେ। ଚିନ୍ତାଗ୍ରସ୍ତ ହେବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭ ହେବ। ବ୍ୟବସାୟରୁ ପ୍ରଚୁର ଧନଲାଭ କରିବେ। ତେଜସ୍ୱୀ ହେବେ। ବ୍ୟକ୍ତି ବିଶେଷର ପରିଚୟ ଦେବେ। ବିଦ୍ୟାର୍ଥୀ ସୁଖୀ ହେବେ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories