www.samajalive.in
Sunday, December 14, 2025
19.1 C
Bhubaneswar

ମେଘାଳୟ, ନାଗାଲାଣ୍ଡରେ ମତଦାନ ଆଜି

 

 

- Advertisement -

ଶିଲଂ : ଉତ୍ତରପୂର୍ବାଞ୍ଚଳ ରାଜ୍ୟ ମେଘାଳୟ ଏବଂ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ଲାଗି ମଙ୍ଗଳବାର ମତଦାନ ହେବ। ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଉଭୟ ରାଜ୍ୟରେ ସକାଳ ୭ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ। ନାଗାଲାଣ୍ଡର କିଛି ଆଭ୍ୟନ୍ତରୀଣ ଜିଲାସ୍ଥିତ କେତେକ ଭୋଟ ଗ୍ରହଣ କେନ୍ଦ୍ରରେ ଅପରାହ୍ନ ୩ଟା ସୁଦ୍ଧା ମତଦାନ ଶେଷ କରିବାକୁ ସ୍ଥିର ହୋଇଛି। ଉଭୟ ରାଜ୍ୟରେ ୬୦ ଲେଖାଏଁ ବିଧାନସଭା ଆସନ ରହିଥିଲେ ମଧ୍ୟ ୫୯ଟିରେ ମତଦାନ ହେବ। ମେଘାଳୟରେ ଏନ୍‌ସିପି ପ୍ରାର୍ଥୀ ଜୋନାଥନ ଏନ୍‌. ସାଙ୍ଗମାଙ୍କ ମୃତ୍ୟୁପରେ ଏଠାରେ ନିର୍ବାଚନୀ ପରିବେଶ ସରଗରମ ରହିଛି। ପୂର୍ବ ଗାରୋ ହିଲ୍‌ସ ଜିଲାଠାରେ ଫେବୃଆରୀ ୧୮ରେ ନିର୍ବାଚନ ପ୍ରଚାର ସାରି ଫେରୁଥିବା ଜୋନାଥନ୍‌ ଏକ ବୋମା ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ନାଗାଲାଣ୍ଡରେ ଏନ୍‌ଡିପିପି ମୁଖ୍ୟ ନେଇଫିଉ ରିଓ ଆଙ୍ଗମି ଦ୍ୱିତୀୟ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ନିର୍ବାଚିତ ହୋଇଥିବାରୁ ସେଠାରେ ମତଦାନ ଅନୁଷ୍ଠିତ ହେବ ନାହିଁ। ଦୁଇ ରାଜ୍ୟରେ ନିର୍ବାଚନୀ ପ୍ରଚାର କାର୍ଯ୍ୟ ରବିବାର ଶେଷ ହୋଇଛି। ପ୍ରତିଦ୍ୱନ୍ଦ୍ୱୀ ଦଳଗୁଡିକ ଜୋରଦାର ପ୍ରଚାର କରିଛନ୍ତି। ମେଘାଳୟରେ ୩୭୦ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ୧୮.୪ ଲକ୍ଷ ଭୋଟର ୩,୦୮୩ ଭୋଟିଂ କେନ୍ଦ୍ରରେ ମତଦାନ କରିବେ। ସେହିଭଳି ନାଗାଲାଣ୍ଡର ୨,୧୫୬ ଭୋଟ ଗ୍ରହଣ କେନ୍ଦ୍ର ମଧ୍ୟରୁ ୧,୧୦୦ଟିକୁ ଅତି ହିଂସା ପ୍ରବଣ ଓ ୫୩୦ଟିକୁ ହିଂସା ପ୍ରବଣ ଘୋଷଣା କରାଯାଇଥିବା ବେଳେ ମାତ୍ର ୫୨୬ଟିରେ ପରିସ୍ଥିତି ସାଧାରଣ ଥିବା ଘୋଷଣା କରାଯାଇଛି। ଏ ନେଇ ଭୋଟ ଗ୍ରହଣ କେନ୍ଦ୍ରଗୁଡିକରେ ସିଆର୍‌ପିଏଫ୍‌ ଏବଂ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ରାଜ୍ୟରେ ମୋଟ ୧୧,୯୧,୫୧୩ ଭୋଟର ମତଦାନ କରିବେ। ଏଠାରେ ୨୨୭ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories