ମାଟ୍ରିକ ଦ୍ୱିତୀୟ ଭାଷା ଇଂରାଜୀରେ କପି କରି ଧରାପଡିଲେ ୨୧୪୪ବିଦ୍ୟାର୍ଥୀ

0


କଟକ  : ଗଣଶିକ୍ଷା ବିଭାଗ ଓ ମାଧ୍ୟ ମିକ ଶିକ୍ଷା ପରିଷଦର କଟକଣା କାମ କଲାନି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ଫୋନ ନ ନେବାକୁ ପରିଷଦର କଡା ନିର୍ଦେଶ ସତ୍ତ୍ୱେ ପରୀକ୍ଷାର୍ଥୀମାନେ ମୋବାଇଲ ନେଇ ପରୀକ୍ଷା ଦେବାକୁ ଯାଇଥିଲେ। ଫଳରେ ସୋମବାର ଦ୍ୱିତୀୟ ଭାଷା ଇଂରାଜୀ ପରୀକ୍ଷା ପ୍ରଶ୍ନପତ୍ର ବି ହ୍ୱାଟସଆପ ଓ ଫେସବୁକରେ ଭାଇରାଲ ହୋଇଛି।
ପରୀକ୍ଷା ଅରମ୍ଭ ହେବାର ୧ଘଣ୍ଟା ପରେ ହ୍ୱାଟସଆପ ଓ ଫେସବୁକରେ ଇଂରାଜୀ ପ୍ରଶ୍ନପତ୍ର ଘୂରିବୁଲିଥିଲା। ଏହି ଘଟଣାକୁ ବୋର୍ଡ କର୍ତ୍ତୃପକ୍ଷ ଅସ୍ୱୀକାର କରିଛନ୍ତି। ଏ ସଂକ୍ରାନ୍ତ କୌଣସି ଅଭିଯୋଗ ତାଙ୍କ ନିକଟରେ ପହଞ୍ଚିନଥିବା କର୍ତ୍ତୃପକ୍ଷ କହିଛନ୍ତି। ଅପରପକ୍ଷରେ ଆଜି ଦ୍ୱିତୀୟ ଭାଷା ଇଂରାଜୀରେ କପିବା ଅଭିଯୋଗରେ ୨୧୪ରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଧରାପଡିଛନ୍ତି। ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଥିବାବେଳେ ପରୀକ୍ଷାର୍ଥୀମାନେ ପରୀକ୍ଷା କେନ୍ଦ୍ରକୁ ମୋବାଇଲ ନେବା ଘଟଣାର ଖୋଳତାଡ ଆରମ୍ଭ ହୋଇଛି।
କ୍ରାଇମବ୍ରାଞ୍ଚ ସାଇବର ଶାଖାର ୨ଜଣ ଅଧିକାରୀ ଆଜି ପୂର୍ବାହ୍ଣରେ ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚି ପ୍ରଶ୍ନପତ୍ର ଭାଇରାଲ ଘଟଣାର ଛାନଭିନ କରିଥିଲେ। କିପରି ପରୀକ୍ଷା ପରିଚାଳନା ହେଉଛି, ପ୍ରଶ୍ନପତ୍ର କେଉଁଠି ରହୁଛି, ପରୀକ୍ଷା ପରିଚାଳନା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହିତ ଦୁଇ ଅଧିକାରୀ ଦୀର୍ଘସମୟଧରି ଆଲୋଚନା କରିଥିଲେ। ପରେ ସେମାନେ ବୋର୍ଡରୁ କେତେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇଯାଇଥିଲେ। ଏ ସମ୍ପର୍କରେ ସାଇବର ଶାଖା ପକ୍ଷରୁ କୌଣସି ସୂଚନା ଦିଆଯାଇନି।

Leave A Reply