ଓସ୍‌ମାନିଆ ହସ୍ପିଟାଲରେ ମହିଳାଙ୍କୁ ବଳାତ୍କାର

0

ହାଇଦରାବାଦ : ସ୍ଥାନୀୟ ଓସମାନିଆ ଜେନେରାଲ ହସ୍ପିଟାଲରେ କାର୍ଯ୍ୟରତ ୱାର୍ଡ ବୟ ଓ ହୋମ୍‌ଗାର୍ଡ ଜନୈକା ମହିଳାଙ୍କୁ ବଳାତ୍କାର କରିବା ଅଭିଯୋଗ କ୍ରମେ ଗିରଫ ହୋଇଛନ୍ତି। ଗତ ୩ତାରିଖରେ ଅଭିଯୁକ୍ତ ଦୁଇ ଜଣ ଡାକ୍ତରଖାନାକୁ ଆସିଥିବା ମହିଳାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା। ସମ୍ପୃକ୍ତ ମହିଳା ଘରୋଇ ହିଂସା ଅପରାଧ ନେଇ ସ୍ୱାମୀ ଓ ଘରର ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପୁଲିସ ତାଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ ଓସ୍‌ମାନିଆକୁ ପଠାଇଥିଲାବେଳେ ଏଭଳି ଘଟଣା ଘଟିଥିଲା। ସେତେବେଳେ ଅଭିଯୋଗକାରିଣୀ ନିଶାସକ୍ତ ଥିବା ପୁଲିସ କହିଛି।

Leave A Reply