ଝଡ଼ବର୍ଷା ପାଇଁ ୧୩ ରାଜ୍ୟକୁ ସତର୍କ ସୂଚନା

0

ନୂଆଦିଲ୍ଲୀ : ସୋମବାର ମେ ୭ତାରିଖରେ ସାମ୍ଭାବ୍ୟ ଝଡବର୍ଷା ପାଇଁ ୧୩ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନା ଜାରି କରାଯାଇଥିବା ରାଜ୍ୟଗୁଡିକ ହେଲା ଆସାମ,ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଜାମ୍ମୁ-କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ରାଜସ୍ଥାନ। କେନ୍ଦ୍ରଶାସିତ ଅଞ୍ଚଳ ଦୁଇଟି ହେଲା ଦିଲ୍ଲୀ ଓ ଚଣ୍ଡିଗଡ। ଭାରତୀୟ ପାଣିପାଗ ବିଭାଗର ସୂଚନା ଆଧାରରେ ରବିବାର ସ୍ୱରାଷ୍ଟ୍ର ବିଭାଗ ଏହି ସତର୍କ ସୂଚନା ଜାରି କରିଛି। ସତର୍କ ସୂଚନା ଆଧାରରେ ହରିୟାଣା ସରକାର ରାଜ୍ୟର ସମସ୍ତ ସ୍କୁଲ କଲେଜକୁ ସୋମ ଓ ମଙ୍ଗଳ ଦୁଇଦିନ ବନ୍ଦ ଘୋଷଣା କରିଛନ୍ତି। ଗତ ସପ୍ତାହରେ ଉତ୍ତର ଭାରତରେ ଧୂଳି ଝଡ ହୋଇ ୧୨୪ ଲୋକଙ୍କର ମୃତ୍ୟୁ ହୋଇଥିଲା।

Leave A Reply