ଗୁଳିମାଡ଼ରେ ପାକ୍‌ ସ୍ୱରାଷ୍ଟ୍ର ମନ୍ତ୍ରୀ ଆହତ

0

ଇସଲାମାବାଦ : ପାକିସ୍ତାନ ଆଭ୍ୟନ୍ତରୀଣ ବ୍ୟାପାର (ସ୍ୱରାଷ୍ଟ୍ର) ମନ୍ତ୍ରୀ ଏସାନ ଇକବାଲ ରବିବାର ଜଣେ ଦୁର୍ବୃତ୍ତର ଗୁଳିମାଡରେ ଆହତ ହୋଇଛନ୍ତି। ଆହତ ଇକବାଲଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେ ବିପଦ ମୁକ୍ତ ଥିବା ଡାକ୍ତର କହିଛନ୍ତି। ଇକବାଲଙ୍କ ସହଯୋଗ ଅସିମ୍‌ ଖାଁଙ୍କ କହିବା ଅନୁଯାୟୀ ମନ୍ତ୍ରୀ ତାଙ୍କ ଘରୋଇ ସହର ପଞ୍ଜାବର ନରୱାଲରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇଥିବାବେଳେ ଦୁର୍ବୃତ୍ତଜଣଙ୍କ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଦୁର୍ବୃତ୍ତର ବୟସ ୨୦ରୁ କମ୍‌ ଥିବା ଅସିମ୍‌ କହିଛନ୍ତି। ପୁଲିସ ତାକୁ ଗିରଫ କରି ପଚରାଉଚରା କରୁଛି। ପୁଲିସ କହିଛି ଯେ ଦୁର୍ବୃତ୍ତ ଜଣଙ୍କ ୩୦ ବୋର ପିସ୍ତଲରୁ ଗୁଳି ଚଳାଇଥିଲା। ପଞ୍ଜାବ ମୁଖ୍ୟମନ୍ତ୍ରୀ ସାହାବାଜ ସରିଫ ଏହି ଘଟଣା ଉପରେ ରିପୋର୍ଟ ମାଗିଛନ୍ତି।

Leave A Reply