ନାବାଳିକାକୁ ବଳାତ୍କାର ପରେ ପୋଡ଼ି ଦେଲେ

0

ଧାନବାଦ : ଉତ୍ତରପ୍ରଦେଶ ଓ ଜାମ୍ମୁ-କାଶ୍ମୀର ପରେ ଝାଡଖଣ୍ଡ ଏବେ ବଳାତ୍କାର ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି। ଦୁଇଦିନ ତଳେ ରାଜ୍ୟର ଛତ୍ରା ଜିଲାରେ ଜଣେ ୧୬ବର୍ଷର ଯୁବତୀ ବଳାତ୍କାର ପରେ ପୋଡି ମାରି ଦିଆଯାଇଥିବାବେଳେ ରବିବାର ପାକୁର ଜିଲାରେ ଆଉ ଜଣେ ନାବାଳିକାକୁ ବଳାତ୍କାର ପରେ ପୋଡି ମାରିବାର ଉଦ୍ୟମ ହୋଇଛି। ପୀଡିତା ଜଣଙ୍କ ଶରୀରର ୭୦% ପୋଡି ଯାଇଥିବାବେଳେ ଏବେ ସେ ମୃତ୍ୟୁ ସହ ସଂଗ୍ରାମ ଚଳାଇଛି। ପାକୁର ବଳାତ୍କାର ଓ ହତ୍ୟା ଉଦ୍ୟମ ଘଟଣା ଶୁକ୍ରବାର ହୋଇଥିବାବେଳେ ଶନିବାର ପୁଲିସରେ ଅଭିଯୋଗ ହୋଇଥିଲା। ଏହି ଘଟଣାରେ ପୁଲିସ ବଚ୍ଚନ ମଣ୍ଡଲ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ପୀଡିତା ଜଣଙ୍କ ତାର ମାମୁ ଘରେ ରହି ୧୦ମ ଶ୍ରେଣୀ ପାଠ ପଢୁଥିଲା।

Leave A Reply