ପଶ୍ଚିମରେ ପୁଣି ତାତି

0

ଭୁବନେଶ୍ୱର : କିଛି ଦିନ ଅସହ୍ୟ ତାତିରୁ ତ୍ରାହି ମିଳିବା ପରେ ପୁଣି ପଶ୍ଚିମ ଓଡ଼ିଶାରେ ଫେରିଛି ତାତି। ରବିବାର ରାଜ୍ୟର ନଅଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଝାରସୁଗୁଡ଼ା, ବଲାଙ୍ଗୀର ଓ ସୋନପୁରରେ ପାରଦ ୪୩ ଡିଗ୍ରୀ ଟପିଛି। ବଲାଙ୍ଗୀରରେ ସର୍ବାଧିକ ୪୩.୯ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ଅନୁଗୋଳରେ ୪୦.୧, ଝାରସୁଗୁଡ଼ାରେ ୪୩.୦ ସମ୍ବଲପୁରରେ ୪୧.୯, ହୀରାକୁଦରେ ୪୧.୧, ତାଳଚେରରେ ୪୧.୩, ଭବାନୀପାଟଣା ୪୧.୦, ମାଲକାନଗିରିରେ ୪୦.୪, ସୋନପୁରରେ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ଉପକୂଳ ଓଡ଼ିଶାରେ ମଧ୍ୟ ଖରା ସହିତ ଗୁଳୁଗୁଳି ଅନୁଭୂତ ହୋଇଛି। ଭୁବନେଶ୍ୱରରେ ୩୬.୦ ଡିଗ୍ରୀ, କଟକରେ ୩୫.୮, ପୁରୀରେ ୩୩.୦, କେନ୍ଦୁଝରଗଡ଼ରେ ୩୯.୦, ସୁନ୍ଦରଗଡ଼ରେ ୩୮.୦, ଢେଙ୍କାନାଳରେ ୩୭.୩ ଡିଗ୍ରୀ ତାପମାତ୍ରା ରହିଛି। ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ରୁ ୪୪ଡିଗ୍ରୀ ମଧ୍ୟରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।
ତେବେ ରବିବାର ଓ ସୋମବାର ଘୂର୍ଣ୍ଣିଝଡ଼ ପ୍ରଭାବରେ ଉତ୍ତର ଓ ଉତ୍ତର ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ବହିବ। ପବନର ବେଗ ଏହି ସମୟରେ ୫୦-୬୦ କିମି ରହିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ମେ’ ୯ ତାରିଖ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହିତ ଅସହ୍ୟ ଗରମ ଅନୁଭୂତ ହେବ। ୧୦ରୁ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ଗଜପତି, ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ଓ ପବନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।୧୩ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ବର୍ଷା ଓ ପବନର ଆଶଙ୍କା ରହିଛି।

Leave A Reply