୨୨ ବର୍ଷ ପରେ ଗାଁରେ ହେଲା ବାହାଘର

0

ଧୋଲପୁର : ରାଜସ୍ଥାନ ଧୋଲପୁରର ରାଜଘାଟ ଗ୍ରାମରେ ୨୨ବର୍ଷ ପରେ ଏକ ବାହାଘର ହୋଇଛି। ୨୨ବର୍ଷ ପରେ ଗାଁର ଯୁବକ ପୱନ ବିବାହ କରି ଘରକୁ ବୋହୂଟିଏ ଆଣିଛନ୍ତି। କାରଣ ୧୯୯୬ ପରଠାରୁ ଏହି ଗାଁର କୌଣସି ଯୁବକ ବାହା ହୋଇ ନାହାନ୍ତି। ଅନୁନ୍ନତ, ଅପାଠୁଆ ଓ ଦରିଦ୍ର ଏହି ଗାଁର ଯୁବକଙ୍କୁ କେହି ଝିଅ ଦେବାକୁ ରାଜି ହେଉ ନ ଥିଲେ। ଗାଁର ଲୋକେ ବିବାହ ପ୍ରସ୍ତାବ ନେଇ କରି ଗଲେ ଏହାକୁ ଆଖପାଖ ଗାଁ ଲୋକେ ଅଗ୍ରାହ୍ୟ କରିଦେଉଥିଲେ। ଫଳରେ ଯୁବକମାନେ ଅବିବାହିତ ରହୁଥିଲେ। ଜିଲା ମୁଖ୍ୟାଳୟ ନିକଟରେ ଏହି ଗାଁ ଟି ରହିଥିଲେ ମଧ୍ୟ ଏଠାକୁ ବିଜୁଳି, ରାସ୍ତା ଓ ଜଳ ଯୋଗାଣର ବ୍ୟବସ୍ଥା ନାହିଁ। ଗାଁର ଲୋକସଂଖ୍ୟା ୪୦୦। ସବୁଘର ଝାଟିମାଟି। ଗାଁର ୧୨୫ ମହିଳାଙ୍କ ମଧ୍ୟରୁ ଦୁଇଜଣଙ୍କୁ କେବଳ ନିଜର ନାମ ଲେଖିଆସେ। ଗାଁର ମହିଳା ଜୀବନରେ କେବେହେଲେ ଟିଭି ଓ ଫ୍ରିଜ୍‌ ଦେଖିନାହାନ୍ତି।

Leave A Reply