କାଶ୍ମୀର ବିଚ୍ଛିନ୍ନବାଦୀ ନେତା ୟାସୀନ ମଲ୍ଲୀକ ଗିରଫ:ମୀରବାଇଜ,ଗିଲାନୀ ଓ ହିଲାଲ ନଜରବନ୍ଦୀ
ଶ୍ରୀନଗର: ଶନିବାର ଜମ୍ମୁ ପୁଲିସ ପକ୍ଷରୁ ଜେଆରଏଲଏଫ ଅଧ୍ୟକ୍ଷ ମହମ୍ମଦ ୟାସିନଙ୍କୁ ଗିରଫ କରିଛି। ସେହିପରି ହୁରିୟତ ମୁଖ୍ୟ ମୀରବାଇଜ ମୈଲବୀ ଓମର ଫାରୁକ ଓ ସୟିଦ ଅଲ୍ଲୀ ସାହ ଗିଲାନୀ ସମେତ ଅନ୍ୟାନ୍ୟ ବିଚ୍ଛିନ୍ନବାଦୀ ନେତାଙ୍କୁ ନଜରବନ୍ଦୀ କରିଛି ପୁଲିସ। ଏହା ବ୍ୟତୀତ ଶ୍ରୀନଗର ଓ କାଶ୍ମୀର ଅନ୍ୟାନ୍ୟ ଅଞ୍ଚଳରେ ମୋବାଇଲ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ବ୍ରଡ଼ବ୍ୟାଣ୍ଡ ସେବାକୁ ମଧ୍ୟ ବନ୍ଦ କରିଛି ପୁଲିସ।
କାଶ୍ମୀର ବିଚ୍ଛିନ୍ନବାଦୀ ନେତାମାନେ ସମ୍ମିଳୀତ ହୋଇ ଜଏଣ୍ଟ ରେଜିଷ୍ଟେଟ ଲିଡରସିପ୍ ନାମକ ଏକ ସଂସ୍ଥା ଗଠନ କରି ଭାରତ ବିରୋଧୀ ଅଭିଯାନକୁ ସୁଦୃଢ କରିବାକୁ ଆହ୍ୱାନ ଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ହିଂସାତ୍ମକ ଘଟଣା ବୃଦ୍ଧି ପାଇବାର ସମ୍ଭାବନା ଦେଖା ଦେଇଥିଲା। ଉପରୋକ୍ତ ନେତାଙ୍କୁ ସେମାନଙ୍କ ଘର ମଧ୍ୟରେ ରହିବାକୁ ପୁଲିସ ପକ୍ଷରୁ ନିର୍ଦେଶ ଦିଆଯିଥିବା ବେଳେ ତାଙ୍କ ସମ୍ପର୍କିୟ ଘରକୁ କିମ୍ବା ଘର ବାହାରକୁ ଯାତାୟତ କରି ପାରିବେ।