www.samajalive.in
Sunday, December 7, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀଙ୍କ ପତ୍ନୀଙ୍କୁ ଠକିଲେ ସାଇବର ଅପରାଧୀ; ଆକାଉଣ୍ଟରୁ ନେଇଗଲେ ୨୩ ଲକ୍ଷ

ଅମୃତସର: ଆଜିକାଲି ସାଧାରଣ ଲୋକ ସାଇବର ଠକେଇର ଶିକାର ହେଉଥିବା ନଜିର ରହିଛି। ସଚେତନତା ଅଭାବର ଫାଇଦା ଉଠାଇ ସାଇବର ଅପରାଧୀମାନେ ଲୋକଙ୍କୁ ଟାର୍ଗେଟ କରି ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଇ ନେଉଛନ୍ତି। କିନ୍ତୁ ଜଣେ ମୁଖ୍ୟମନ୍ତ୍ରୀଙ୍କ ପତ୍ନୀ ତଥା ସାଂସଦ ସାଇବର ଅପରାଧୀଙ୍କ ଚକ୍ରବ୍ୟୂହରେ ଫଶିଯାଇଛନ୍ତି। ସାଇବର ଅପରାଧୀ ତାଙ୍କୁ ଭୂଆଁ ବୁଲାଇ ୨୩ ଲକ୍ଷ ଟଙ୍କା ଠକି ନେଇଛନ୍ତି। ଠକେଇର ଶିକାର ହୋଇଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହଙ୍କ ପତ୍ନୀ ତଥା ସାଂସଦ ପରିଣୀତି କୌର। ଅପରାଧୀମାନେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୨୩ ଲକ୍ଷ ଟଙ୍କା ନେଇଯାଇଛନ୍ତି। ଝାଡ଼ଖଣ୍ଡର ଜାମତାଡ଼ାରେ ରହି ଅପରାଧୀମାନେ ତାଙ୍କ ଆକାଉଣ୍ଟରୁ ଏହି ଅର୍ଥ ଉଠାଇ ନେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ଅଭିଯୁକ୍ତ ନିଜକୁ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ମ୍ୟାନେଜର ପରିଚୟ ଦେଇ ସାଂସଦ ପରିଣୀତି କୌରଙ୍କୁ ଫୋନ କରିଥିଲେ। ସେ ପରିଣୀତିକୁ କହିଥିଲେ, ଆପଣଙ୍କ ଦରମା ଆକାଉଣ୍ଟକୁ ପଠାଯିବା ନିମନ୍ତେ ତୁରନ୍ତ ଏଟିଏମ ନମ୍ବର ଏବଂ ତା’ ପଛରେ ଉଲ୍ଲେଖ ଥିବା ସଂଖ୍ୟା ଦିଅ, ନଚେତ ଦରମା ଟଙ୍କା ଟ୍ରାନ୍ସଫର କରାଯାଇ ପାରିବ ନାହିଁ। ଏଥିରେ ବିଶ୍ଵାସ କରି ପରିଣୀତି ଉପରୋକ୍ତ ତଥ୍ୟ ଦେଇଦେଇଥିଲେ। ଏହାର କିଛି ସମୟ ପରେ ତାଙ୍କ ଆକାଉଣ୍ଟରୁ ୨୩ ଲକ୍ଷ ଟଙ୍କା ଚାଲିଯାଇଥିଲା। ଏ ନେଇ ମୋବାଇଲକୁ ମେସେଜ ଆସିବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିପାରିଥିଲେ। ପରେ ସେ ପଞ୍ଜାବ ପୁଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୁଲିସ ତଦନ୍ତ କରି ଝାଡ଼ଖଣ୍ଡର ଜାମତାଡ଼ାରୁ ଅତାଉଲ ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ପୂର୍ବରୁ ଝାଡ଼ଖଣ୍ଡ ପୁଲିସ ଅତାଉଲକୁ ମଧ୍ୟ ସାଇବର ଠକେଇ ମାମଲାରେ ଗିରଫ କରିଥିଲା।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories