କର୍ଣ୍ଣାଟକ ନିର୍ବାଚନ ପ୍ରଚାର କାଣ୍ଟଛାଣ୍ଟ କଲେ ଆଦିତ୍ୟନାଥ

0

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ଣ୍ଣାଟକ ବିଧାନସଭା ନିର୍ବାଚନ କାର୍ଯ୍ୟ କାଣ୍ଟଛାଣ୍ଟ କରି ନିଜ ରାଜ୍ୟକୁ ଫେରି ଆସିଛନ୍ତି। ଘୂର୍ଣ୍ଣିଝଡ ଯୋଗୁଁ ରାଜ୍ୟରେ ଅନେକ ଲୋକଙ୍କ ପ୍ରାଣୀହାନି ଘଟିବାକୁ ନେଇ ଆଦିତ୍ୟନାଥ ନିଜ ରାଜ୍ୟକୁ ଫେରିଆସିଛନ୍ତି। ରାଜ୍ୟର ମୁଖ୍ୟ ସୂଚନା ସଚିବଙ୍କ କହିବା ଅନୁଯାୟୀ ମେ ୪ ତାରିଖ ରାତିରେ ଆଦିତ୍ୟନାଥ ଲକ୍ଷ୍ନୌରେ ପହଞ୍ଚିଛନ୍ତି। ଶନିବାର ସକାଳେ ସେ ଘୂର୍ଣ୍ଣିଝଡ କ୍ଷତିଗ୍ରସ୍ତ ଆଗ୍ରା ଗସ୍ତରେ ଯିବେ। ମେ ୫ ତାରିଖ ପର୍ଯ୍ୟନ୍ତ ଆଦିତ୍ୟନାଥ କର୍ଣ୍ଣାଟକରେ ବିଜେପି ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିଲା।

Leave A Reply