ବିଜେପି ନିର୍ବାଚନ ଇସ୍ତାହାରରେ ମହିଳାଙ୍କୁ ମାଗଣା ସ୍ମାର୍ଟ ଫୋନ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜେପି ତାର ନିର୍ବାଚନ ଇସ୍ତାହାର ଘୋଷଣା କରିଛନ୍ତି। ଘୋଷିତ ଇସ୍ତାହାରରେ ଦଳ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛି। ରାଜ୍ୟରେ ଯଦି ବିଜେପି କ୍ଷମତାକୁ ଆସେ ତେବେ ମହିଳାଙ୍କୁ ମାଗଣାରେ ସ୍ମାର୍ଟ ଫୋନ ଯୋଗାଇ ଦିଆଯିବ। ସେହିପରି ମହିଳାଙ୍କ ସୁରକ୍ଷା ପାଇଁ ଫ୍ଲାଇଙ୍ଗ ସ୍କ୍ୱାଡ ନିୟୋଜିତ ହେବେ। ମହିଳାଙ୍କ ବିରୋଧୀ ଅପରାଧର ତ୍ୱରିତ ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ସେଲ ଗଠନ କରାଯିବ। ମହିଳା ସ୍ୱୟଂସହାୟକ ଗୋଷ୍ଠୀର ମହିଳାଙ୍କୁ ବାର୍ଷିକ ୧% ସୁଧରେ ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆଯିବ। ରାଜ୍ୟର ପ୍ରତି କୃଷିକ୍ଷେତକୁ ପାଣି ଯୋଗାଇବା ପାଇଁ ୧.୫ଲକ୍ଷ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବି ଏସ ୟେଦୁରାପା ଏହି ନିର୍ବାଚନ ଇସ୍ତାହାରକୁ ପ୍ରକାଶ କରିଥିଲେ।

Leave A Reply