ବେଆଇନ ଅର୍ଥ କାରବାର ମାମଲା : ଛଗନ ଭୁଜବଳଙ୍କୁ ଜାମିନ

0

ମୁମ୍ବଇ : ବେଆଇନ ଅର୍ଥ କାରବାର ମାମଲାରେ ବମ୍ବେ ହାଇକୋର୍ଟ ଶୁକ୍ରବାର ମହାରାଷ୍ଟ୍ରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଛଗନ ଭୁଜବଳଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଦିଲ୍ଲୀରେ ମହାରାଷ୍ଟ୍ର ସଦନ ନିର୍ମାଣରେ ଅନିୟମିତତା ଏବଂ ମୁମ୍ବଇର କାଲିନା ଜମି ଆତ୍ମସାତ ଅଭିଯୋଗରେ ଭୁଜବଳ ଏବଂ ତାଙ୍କ ପରିବାର ଲୋକଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ୨୦୧୬ ମାର୍ଚ୍ଚରେ ଛଗନଙ୍କୁ ଗିରଫ କରିଥିଲେ। ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ମୁମ୍ବଇର ଆର୍ଥରରୋଡ୍‍ ଜେଲରେ ବନ୍ଦି ଭାବେ ରଖାଯାଇଥିଲା। ଭୁଜବଳ ଇତିମଧ୍ୟରେ ୨ ବର୍ଷ କାରାଗାରରେ ବିତାଇସାରିଛନ୍ତି। ଏହି ମାମଲାରେ ଭୁଜବଳ, ତାଙ୍କ ପୁଅ ଏବଂ ଏନ୍‍ସିପି ବିଧାୟକ ପଙ୍କଜ ଓ ତାଙ୍କ ପୁତୁରା ସମୀର ଅଭିଯୁକ୍ତ ଅଛନ୍ତି। ଛଗନ ସେ ଶରତ ପାୱାରଙ୍କ ନେତୃତ୍ୱାଧୀନ ଏନ୍‍ସିପି ସହିତ ସମ୍ପୃକ୍ତ ଅଛନ୍ତି।

Leave A Reply