ନିର୍ବାଚନୀ ପ୍ରଚାର ବେଳେ ହୃଦ୍‍ଘାତରେ ବିଜେପି ବିଧାୟକଙ୍କ ମୃତ୍ୟୁ

0

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ଦିନ ବାକି ଥିବା ବେଳେ ରାଜ୍ୟରେ ବିଜେପିକୁ ଶକ୍ତ ଧକ୍କା ଲାଗିଛି। ଦଳର ଅତ୍ୟନ୍ତ ଲୋକପ୍ରିୟ ନେତା ତଥା ବିଧାୟକ ବି. ଏନ୍‍. ବିଜୟକୁମାରଙ୍କ ପରଲୋକ ଘଟିଛି। କୁମାର ଗୁରୁବାର ସନ୍ଧ୍ୟାରେ ଜୟନଗର ଅନ୍ତର୍ଗତ ପଟ୍ଟାଭିରାମନଗରଠାରେ ନିର୍ବାଚନୀ ପ୍ରଚାର କରୁଥିବା ବେଳେ ହଠାତ୍‍ ହଦ୍‍ଘାତର ଶିକାର ହୋଇଥିଲେ। ତୁରନ୍ତ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ସେ ଜୟନଗରରୁ ଦୁଇଥର ବିଧାୟକ ନିର୍ବାଚିତ ହୋଇଥିଲେ। ଆଗାମୀ ବିଧାନସଭା ନିର୍ବାଚନ ନିମନ୍ତେ ଏହି ଆସନରୁ ସେ ରାଜ୍ୟର ଗୃହମନ୍ତ୍ରୀ ଆର୍‍. ରାମଲିଙ୍ଗା ରେଡ୍ଡୀଙ୍କ ଝିଅ ସୌମ୍ୟା ରେଡ୍ଡୀଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ତାଙ୍କ ବିୟୋଗରେ ଦଳୀୟ ନେତୃବୃନ୍ଦ ଏବଂ କର୍ମୀମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି।

Leave A Reply