ବେଙ୍ଗାଲୁରୁ ପାପର ଭୂମି ପାଲଟିଛି: ମୋଦି

0

ବେଙ୍ଗାଲୁରୁ: ବେଙ୍ଗାଲୁରୁ ଏକଦା ସୌନ୍ଦର୍ଯ୍ୟ, ଶିକ୍ଷା ଓ ଅତ୍ୟାଧୁନିକ ଜୀବନଶୈଳୀ ପାଇଁ ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ସିଦ୍ଧରାମେୟାଙ୍କ ଅମଳରେ ଏହି ସହର ପାପର ସହର ପାଲଟିଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ଆକ୍ଷେପ କରିଛନ୍ତି। କର୍ଣ୍ଣାଟକରେ ଏହାକୁ ମିଶାଇ ମୋଦି ଷଷ୍ଠ ରାଲିରେ ଭାଗ ନେଇଛନ୍ତି। ଜନସାଧାରଣଙ୍କୁ ସମ୍ବୋଧିତ କରି ମୋଦି କହିଛନ୍ତି ଯେ ବେଙ୍ଗାଲୁରୁକୁ ଯୁବବର୍ଗ ଭାରତର ସିଲିକନ୍‍ ଭ୍ୟାଲି ରୂପେ ଗଢ଼ିତୋଳିଥିଲେ। କିନ୍ତୁ କଂଗ୍ରେସ ସରକାର ତାହାକୁ ସିନ୍‍ ଭ୍ୟାଲିରେ ପରିଣତ କରିଛନ୍ତି। କଂଗ୍ରେସ ଅମଳରେ ବେଙ୍ଗାଲୁରୁ ଗାର୍ଡେନ୍‍ ସିଟିରୁ ଗାରବେଜ୍‍ ସିଟି(ଆବର୍ଜନା ସହର) ଓ କମ୍ପ୍ୟୁଟର ସିଟିରୁ କ୍ରାଇମ୍‍ ସିଟି(ଅପରାଧର ସହର)ରେ ପରିଣତ ହୋଇଛି।

Leave A Reply