ବଲାରୀରେ ପ୍ରଚାର କରିପାରିବେନି ଜନାର୍ଦ୍ଦନ ରେଡ୍ଡି: ସୁପ୍ରିମକୋର୍ଟ
ବେଙ୍ଗାଲୁରୁ: ଆସନ୍ତା ୧୨ ତାରିଖରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଜି ଜନାର୍ଦ୍ଦନ ରେଡ୍ଡିଙ୍କ ଉପରେ ପ୍ରଚାର କଟକଣାକୁ ବଳବତ୍ତର ରଖିଛନ୍ତି ସୁପ୍ରିମକୋର୍ଟ। ଖଣି ଦୁର୍ନୀତିରେ ଗିରଫ ହୋଇଥିବା ଜନାର୍ଦ୍ଦନ ରେଡ୍ଡି ଏବେ ଜାମିନ୍ରେ ଆସିଛନ୍ତି। ଜାମିନ୍ର ସର୍ତ୍ତ ଅନୁଯାୟୀ ସେ ବଲାରୀରେ ନିର୍ବାଚନ ପ୍ରଚାର କରିପାରିବେ ନାହିଁ। ଜନାର୍ଦ୍ଦନ ରେଡ୍ଡିଙ୍କ ଭାଇ ସୋମଶେଖରନ୍ ରେଡ୍ଡି ସେଠାରେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ତେଣୁ ୧୦ ଦିନ ପାଇଁ କଟକଣା କୋହଳ କରିବାକୁ ଜନାର୍ଦ୍ଦନ ରେଡ୍ଡି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଉକ୍ତ ଆବେଦନକୁ ସୁପ୍ରିମକୋର୍ଟ ନାକଚ କରିଦେଇଛନ୍ତି।