ଚଳିତ ବର୍ଷ ମିଳିବନି ସାହିତ୍ୟରେ ନୋବେଲ୍ ପୁରସ୍କାର
କୋପେନ୍ହାଗେନ୍: ୨୦୧୮ ବର୍ଷ ପାଇଁ ସାହିତ୍ୟରେ ନୋବେଲ୍ ପୁରସ୍କାର ଘୋଷଣା କରାଯିବ ନାହିଁ। ପୁରସ୍କାର ଚୟନ ତାଲିକାରେ ଥିବା ସଦସ୍ୟଙ୍କ ବିରୋଧରେ ଆପତ୍ତିଜନକ ଅଭିଯୋଗ ଆସିବା ପରେ ନୋବେଲ୍ ଏକାଡେମୀ ଏହି ନିଷ୍ପତ୍ତି ନେଇଛି। ଚଳିତ ବର୍ଷର ପୁରସ୍କାର ୨୦୧୯ରେ ଘୋଷଣା କରାଯିବ। ଶୁକ୍ରବାର ଦିନ ଷ୍ଟକ୍ହୋମ୍ରେ ଅନୁଷ୍ଠିତ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ହୋଇଛି। ନୋବେଲ୍ ଏକାଡେମୀର ସ୍ଥାୟୀ ସମ୍ପାଦକ ଏଣ୍ଡର୍ସ ଓଲ୍ସନ୍ କହିଛନ୍ତି ଯେ କମିଟିର କିଛି ସଦସ୍ୟଙ୍କ ବିରୋଧରେ ଆର୍ଥିକ ଅନିୟମିତତା ଓ ଅନ୍ୟାନ୍ୟ ଅଭିଯୋଗ ଆସିଛି। ତେଣୁ ଏଥର ପୁରସ୍କାର ଘୋଷଣା ବିବାଦୀୟ ହୋଇପାରେ। ଜନମାନସରେ ପୁଣି ଥରେ ଆଶ୍ୱା ଓ ବିଶ୍ୱାସ ଫେରାଇ ଆଣିବା ପରେ ପୁରସ୍କାର ଘୋଷଣା କରାଯିବ।