ଯାନ୍ତ୍ରିକ ତ୍ରୁଟି: ଦୋଳିରେ ଓଲଟା ଝୁଲି ରହିଲେ ପର୍ଯ୍ୟଟକ
ସ୍ତତାଭରା ଜୀବନଶୈଳୀରୁ କିଛି ସମୟ ପାଇଁ ବିରତି ନେବାକୁ ପ୍ରତ୍ୟେକ ବର୍ଗର ଲୋକେ ଇଚ୍ଛା ପ୍ରକାଶ କରନ୍ତି। ଏଣୁ ଏହାର ସଦୁପଯୋଗ କରିବାକୁ ଏହି ଲୋକମାନେ ପାର୍କ ଯିବାକୁ ପସନ୍ଦ କରନ୍ତି। କିଛି ଏହିଭଳି ଚିନ୍ତାଧାରାରେ ଗତ ମଙ୍ଗଳବାର ଜାପାନର ୟୁନିର୍ଭସାଲ ଆମ୍ୟୁଜମେଣ୍ଟ ପାର୍କରେ ଦର୍ଶକଙ୍କ ଭିଡ଼ ଜମିଥଲା। ପାର୍କ ଖୋଲିବା ପରଠାରୁ ପ୍ରାୟ ୩-୪ଥର ବିଭିନ୍ନ ବର୍ଗର ଲୋକେ ରୋଲର କୋଷ୍ଟର୍ ଦୋଳିର ମଜା ନେଇସାରିଥିଲେ। ପଞ୍ଚଥର ପାଳିରେ ୬୪ଜଣ ଯାତ୍ରୀ ଦୋଳିରେ ବସିଲେ। ଦୋଳିଟି କିଛି ବାଟ ଆଗେଇବା ପରେ ଠିକ୍ ଓଲଟା ହୋଇଥିବା ସମୟରେ ଅଟକିଗଲା। ଯନ୍ତ୍ରୀମାନେ ତୁରନ୍ତ ଏହା ଜାଣିପାରି ଯାତ୍ରୀଙ୍କ ମନୋବଳ ବଢ଼ାଇବାକୁ ସେମାନଙ୍କୁ ତଳୁ ରହି ବିଭିନ୍ନ ପରାମର୍ଶ ଦେଇଥିଲେ। ପାଖାପାଖି ୧୦୦ ଫୁଟ୍ ଉପରେ ଲୋକେ ଓଲଟା ଦୋଳିରେ ବସିଥାନ୍ତି। କୌଣସି ଯାନ୍ତ୍ରିକ ତ୍ରୁଟି କାରଣରୁ ଦୋଳିର ଏହି ଅବସ୍ଥା ହୋଇଥିଲା। ତେବେ ଯନ୍ତ୍ରୀମାନେ ଆଉ ସମୟ ବିଳମ୍ବ ନ କରି ତୁରନ୍ତ ଉଦ୍ଧାର କାର୍ୟ୍ୟରେ ଲାଗିପଡ଼ିଲେ। ୨ଘଣ୍ଟାରୁ ଅଧିକ ସମୟ ପରିଶ୍ରମ କରିବା ପରେ ଶେଷରେ ଯାତ୍ରୀମାନେ ସୁରକ୍ଷିତ ଦୋଳିରୁ ବାହାରି ତଳକୁ ଆସିଥିଲେ। ସେଦିନ ଦୋଳିରେ ବସିଥିବା ଏକ ବୟସ୍କ ଦମ୍ପତି ସାକ୍ଷାତକାରରେ କହିଥିଲେ, ଆଉ କିଛି ସମୟ ବିଳମ୍ବ ହୋଇଥିଲେ ହୃଦଘାତରେ ପ୍ରାଣ ହରାଇବା ନିଶ୍ଚିତ ଥିଲା। ପାର୍କଟି ଏବେ ବନ୍ଦ ରହିଛି।