ସ୍କୁଟି ଧକ୍କାରେ ଦୁଇ ଗୁରୁତର

0

ଗୋପ: ଶୁକ୍ରବାର ସକାଳ ୭ଟା ସମୟରେ ଗୋପ ବଜାର ସ୍ଥିତ ଷ୍ଟେଟ ବ୍ୟାଙ୍କ ନିକଟରେ ଦୁର୍ଘଟଣାରେ ଦୁଇ ଯୁବତୀ ଗୁରୁତର ହୋଇଛନ୍ତି। ସେମାନେ ହେଲେ ଭୁବନେଶ୍ବର ପଟିଆ ସ୍ଥିତ ଏକ ଘରୋଇ ଇଂଜିନିୟର କଲେଜର ଅପନ୍ନା ପଟେଲ ଓ ଭାବ୍ୟ ଚୌଧୁରୀ। ସେମାନଙ୍କୁ ପ୍ରଥମେ ଗୋପ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପଠାଯାଇଛି। ଇଂଜିନିୟର କଲେଜର ୪ ଜଣ ଛାତ୍ରୀ ୨ ଟି ସ୍କୁଟି ରେ କୋଣାର୍କ ସୂର୍ୟ୍ୟ ମନ୍ଦିର ବୁଲିବାକୁ ଯାଇଥିଲେ। ହଠାତ୍ ରାସ୍ତା ଉପରକୁ ଆସିଯାଇଥିବା ଏକ ବାଛୁରି ସହିତ ସ୍କୁଟିଟି ଧକ୍କା ଦେଇଥିଲା। ଦୁର୍ଘଟଣାରେ ବାଛୁରିର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

Leave A Reply