ନେଟ୍‌ ପରୀକ୍ଷା ବେଳେ ଶିଖ ଛାତ୍ରଙ୍କୁ ‘କ୍ରିପାଣ’ ନେବାକୁ ଅନୁମତି

0

ନୂଆଦିଲ୍ଲୀ : ଜାତୀୟ ଯୋଗ୍ୟତା ପରୀକ୍ଷା (ନେଟ୍‌) ୨୦୧୮ ପାଇଁ ଆବେଦନ କରିଥିବା ଶିଖ ପିଲାମାନଙ୍କୁ ପରୀକ୍ଷା କେନ୍ଦ୍ରକୁ ‘କ୍ରିପାଣ’ ଓ ‘କାରା’ ପରିଧାନ ଲାଗି ଅନୁମତି ଦିଆଯାଇଛି। ଗୁରୁବାର ଦିଲ୍ଲୀ ହାଇକୋର୍ଟ ଶିଖ ପିଲାମାନଙ୍କୁ ଏହି ଅନୁମତି ଦେଇଛନ୍ତି। ତେବେ ଅଦାଲତ ଏଥିପାଇଁ କେତେକ ସର୍ତ୍ତ ଆରୋପ କରିଛନ୍ତି। ଯେଉଁ ପିଲାମାନେ କ୍ରିପାନ ଓ କାରା ପରିଧାନ କରି ପରୀକ୍ଷା କେନ୍ଦ୍ରକୁ ଯିବାକୁ ଆଗହୀ ସେମାନେ ଏକ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ହାଜର ହେବାକୁ ପଡିବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ସିବିଏସଇ ନେଟ୍‌ ପରୀକ୍ଷା ଆୟୋଜନ କରୁଛି। ଜୁଲାଇ ୮, ୨୦୧୮ରେ ଏହି ପରୀକ୍ଷା ହେବ। ସହକାରୀ ପ୍ରଫେସର ଓ ଜୁନିୟର ରିସର୍ଚ୍ଚ ଫେଲୋସିପ୍‌ ପାଇଁ ୟୁଜିସି ଏହି ପରୀକ୍ଷା କରାଇଥାଏ।

Leave A Reply