ଅମର ରହେ କାରଗିଲ୍‍ ସହିଦ୍‍ ‘ଗୋପିନାଥ’

ନେମାଳ : ଦେଶ ମାତୃତାକୁ ଶତ୍ରୃ କବଳରୁ ଉଦ୍ଧାର କରିବାକୁ ଯାଇ କାର୍‍ଗିଲ ଯୁଦ୍ଧରେ ସହିଦ୍‍ ହୋଇଥିଲେ ଓଡିଆ ପୁଅ “ଗୋପିନାଥ ମହାରଣା”। ୧୯୭୭ ମସିହା ସେପ୍ଟେମ୍ବର ୧୫ତାରିଖ ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଜନାର୍ଦ୍ଦନପୁର ଗ୍ରାମରେ ପିତା ଯଦୁମଣି ମହାରଣା ଓ ମା ଝୁମୁରୀଙ୍କର କୋଳ ମଣ୍ଡନ କରିଥିଲେ ଗୋପୀନାଥ। ଗରିବ ପରିବାରରେ ଜନ୍ମିତ ସ୍ଥାନୀୟ ଜନାର୍ଦ୍ଦନପୁର ଠାରେ ଥିବା ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍‍ ଓ ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟରୁ +୨ କଳା ପାସ କରିବା ପରେ ଦେଶ ସେବାରେ ନିଜକୁ ଉତ୍ସର୍ଗ କରିବା ନିମନ୍ତେ ମାତ୍ର ୧୯ବର୍ଷ ବୟସରେ ଭାରତୀୟ ସେନା ବାହୀନିରେ ସାମିଲ ହୋଇଥିଲେ।

prayash

ଗୋପିନାଥ ପିତାଙ୍କର ଜ୍ୟେଷ୍ଠ ପୁତ୍ର ଥିଲା ବେଳେ ତାଙ୍କର ଆଉ ଦୁଇଭାଇ ଓ ଦୁଇ ଭଉଣୀ ଅଛନ୍ତି। ପୁଣ୍ୟତୋୟା ଚିତୋତ୍ପଳା ତଟ ଦେଶରେ ଛୋଟରୁ ବଡ ହୋଇଥିଲେ ଗୋପୀନାଥ। ଦେଶସେବା କରିବାନିମନ୍ତେ ଅଜସ୍ର ସ୍ୱପ୍ନ ଦେଖିଥିଲେ ସେ। ୧୯୯୯ ମସିହା ମେ ମାସରେ ସଂଘଟିତ କାରଗିଲ ଯୁଦ୍ଧରେ ଶତ୍ରୁ ପକ୍ଷକୁ ନିପାତ କରିବା ନିମନ୍ତର ବୀର ଦର୍ପରେ ଗୋପୀନାଥ ସାଥୀ ଯବାନଙ୍କ ସହ ଆଗେଇ ଯାଇଥିଲେ। ପାକିସ୍ତାନ ଅନୁପ୍ରବେଶକାରୀଙ୍କ ଅବିଶ୍ରାନ୍ତ ଗୁଳିମାଡରେ ସେ ଟଳି ପଡିଥିଲେ। ୧୯୯୯ ମସିହା ମେ ୧୯ ତାରିଖରେ ୫୨୧ଏ.ଏସ ସି ବାଟାଲିୟନ ଭ୍ୟାନରେ ଗୋପୀନାଥ ଯାଉଥିବା ବେଳେ ଶତ୍ରୁ ପକ୍ଷ ତାଙ୍କ ଗାଡ଼ିି ଉପରକୁ ଅବିଶ୍ରାନ୍ତ ଗୁଳି ବର୍ଷଣ କରିଥିଲେ। ମୃତ୍ୟୁର ୪ଦିନ ପରେ ଏକ କଫିନ ଭିତରେ ବୀର ଗୋପୀନାଥଙ୍କର ମର ଶରୀର ତାଙ୍କ ଗାଁକୁ ଆସିଥିଲା। ଦେଶ ସେବା କରିବାକୁ ଯାଇ ସହିଦ୍‍ ହୋଇଥିବା ଗୋପୀନାଥଙ୍କୁ ସମ୍ମାନ ଜଣାଇବା ପାଇଁ ହଜାର ହଜାର ଶୋକାକୁଳ ଜନତା ତାଙ୍କୁ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ। ସହିଦ୍‍ ଗୋପୀନାଥଙ୍କ ମା’ ଝୁମୁରୀଙ୍କୁ ପ୍ରତିମାସରେ ସରକାରଙ୍କ ତରଫରୁ ୩୦ ହଜାର ଟଙ୍କା ଲେଖାଏଁ ପେନସନ ପ୍ରଦାନ କରାଯାଉଛି। ଭୂବନେଶ୍ୱର ଚନ୍ଦ୍ରଶେଖରପୁର ଠାରେ ସରକାରଙ୍କ ତରଫରୁ ୨୪ଶହ ସ୍କୋୟାର ଫୁୁଟର ଏକ ଫ୍ଲା୍ଲଟ ତାଙ୍କ ପରିବାରକୁ ଯୋଗାଇ ଦିଆଯାଇଛି। ତାଙ୍କ ବଡ଼ ଭାଇ ରମାକାନ୍ତ ମହାରଣାଙ୍କୁ ସାଲେପୁର ବ୍ଲକରେ ସରକାରୀ ଚାକିରି ଯୋଗାଇ ଦିଆଯାଇଛି। ସମ୍ପ୍ରତି ପିତା ଯଦୁମଣି୭୮ବର୍ଷ ଓ ମା’ ଝୁମୁରୀ ୭୦ ବର୍ଷ ବୟସରେ ଉପନିତ ହୋଇଛନ୍ତି। ଗୋପିନାଥଙ୍କ ସହିଦର ୨ ବର୍ଷ ପରେ ପିତା ଯଦୁମଣି ଦୀର୍ଘ ୧୮ ବର୍ଷ ହେଲା ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିଲେ ମଧ୍ୟ ତାଙ୍କୁ ଏ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇ ନ ଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଇ ନାହିଁ।

kalyan agarbati

Comments are closed.